ନୂଆ କଂଗ୍ରେସ ମୁଖ୍ୟ ଗାନ୍ଧି ପରିବାରର କଣ୍ଢେଇ: ବିଜେପି

ନୂଆଦିଲ୍ଲୀ : କଂଗ୍ରେସର ନିର୍ବାଚନୀ ପ୍ରକ୍ରିୟାକୁ ବିଜେପି ଆଜି କଡ଼ା କଟାକ୍ଷ କରିଛି। ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ ଆଜି କଂଗ୍ରେସର ନିର୍ବାଚନୀ ପ୍ରକ୍ରିୟାକୁ ସମାଲୋଚନା କରି କହିଛନ୍ତି, ‌ଯିଏ ବି କଂଗ୍ରେସ ମୁଖ୍ୟ ହେବେ ସେ କେବଳ ଗାନ୍ଧି ପରିବାରର କଣ୍ଢେଇ ହୋଇ ରହିବେ। ସୁଶୀଲ ମୋଦୀ କହିଛନ୍ତି, ଖଡ଼ଗେ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତି କଂଗ୍ରେସର ମୁଖ୍ୟ ହୁଅନ୍ତୁ ସେ କେବଳ ଗାନ୍ଧି ପରିବାରର କ୍ରୀଡ଼ା ପୁତ୍ତଳିକା ହୋଇ ରହିବାକୁ ବାଧ୍ୟ। ସବୁ ନିଷ୍ପତ୍ତି ଗାନ୍ଧି ପରିବାର ହିଁ ନେବେ ଏବଂ ଏହାକୁ କେହି ବିରୋଧ କରିପାରିବେ ନାହିଁ। କଂଗ୍ରେସ ନେତା ଶଶି ଥରୁରଙ୍କ ନିର୍ବାଚନୀ ଇସ୍ତାହାରରେ ଜାରି ହୋଇଥିବା ଭୁଲ୍‌ ମାନଚିତ୍ର କଥା ଉଠାଇ ସୁଶୀଲ ମୋଦୀ କହିଛନ୍ତି ଯେ ଏଥିରୁ ଥରୁର ଏବଂ ଗାନ୍ଧି ପରିବାରର ମାନସିକତା ଜଣ‌ା ପଡ଼ିଯାଉଛି।

ସମ୍ବନ୍ଧିତ ଖବର