ଏହି ଦୁଇ ଜିଲ୍ଲାରେ ହୋଇପାରିବନି ବାହାଘର, ଜିଲ୍ଲାପାଳ ଜାରିକଲେ କଟକଣା

ରାୟପୁର: ଦେଶର ବଡ ରାଜ୍ୟ ପରେ ଛୋଟ ରାଜ୍ୟରେ ପହଞ୍ଚିଥିବା କରୋନା ବର୍ତ୍ତମାନ ଗାଁରେ ବ୍ୟାପିଛି। କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଛତିଶଗଡର ଦୁଇଟି ଜିଲ୍ଲାରେ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଛତିଶଗଡରେ ବିଳାସପୁର ଏବଂ ସୁରଜପୁର ଜିଲ୍ଲା ମାଜିଷ୍ଟ୍ରେଟ(ଜିଲ୍ଲାପାଳ)ମାନେ ବିବାହ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିବାହ ଅନୁମତି ନ ଦେବାକୁ ସ୍ଥାନୀୟ ପ୍ରଶାସନକୁ ଦୁଇ ଜିଲ୍ଲାର ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି | ତେଣୁ ଶନିବାରଠାରୁ ଅର୍ଥାତ ଆଜିଠାରୁ ଏହି ଜିଲ୍ଲାମାନଙ୍କରେ ହେବାକୁ ଥିବା ବିବାହ ମଧ୍ୟ ବାତିଲ କରାଯାଇଛି।

ଏହି ନିୟମ ପାଳନ କରାଯିବା ନିଶ୍ଚିତ କରିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଶୁକ୍ରବାର ଦିନ ଯେତିକି ବାହାଘର ହୋଇଛି ସେତିକି ବ୍ୟତୀତ ଆଜିଠାରୁ ଆଉ ବାହାଘର ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ |

ସୂଚନା ଥାଉ କି ଯେ ପୂର୍ବରୁ କେବଳ ଆଠ ଜଣଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା। ଏହା ବ୍ୟତୀତ ସୁରଜପୁରର ଭାୟାଥନ ରୋଡରେ ଗୁପ୍ତା ଷ୍ଟିଲ ଏବଂ ଅନୁଷ୍କା ଗାର୍ମେଣ୍ଟ ବିରୋଧରେ ଲକଡାଉନ ନିୟମ ଉଲ୍ଲଂଘନ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉଭୟ ଦୋକାନୀ ଅଧା ସଟର ଖୋଲି ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି କରୁଥିଲେ। ଏହା ପରେ ଦୋକାନକୁ ସିଲ୍ କରାଯାଇଥିଲା |

ସମ୍ବନ୍ଧିତ ଖବର