ଗୋଟାଏ ଚାମଚ ବଟର ଚିକେନ ଖାଉ ଖାଉ ହେଲା ହୃଦଘାତ, ଚାଲିଗଲା ୨୭ବର୍ଷୀୟ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଗୋଟାଏ ଚାମଚ ବଟର ଚିକେନ ଖାଉ ଖାଉ ହେଲା ହୃଦଘାତ | ଚାଲିଗଲା ୨୭ବର୍ଷୀୟ ଯୁବକଙ୍କ ଜୀବନ | ଇଂଲଣ୍ଡରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା | କୁହାଯାଉଛି ଯେ, ଚିକେନ ପାଇଁ ନୁହେଁ ବରଂ ବଟର ଚିକେନରେ ପଡିଥିବା ବାଦାମ ପାଇଁ ଯୁବକଙ୍କ ହୃଦଘାତ ହୋଇଥିଲା |

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରର ବୁରିରେ ରହୁଥିବା ଜୋସେଫ ହିଗିନ୍ସନଙ୍କର ‘ଆନାଫିଲାକ୍ସିସ୍’ ଥିଲା | ଏହି ସମସ୍ୟ ଥିଲେ ବାଦାମ ଏବଂ ଆଲମଣ୍ଡ ଖାଇବାକୁ ଡାକ୍ତର ମନା କରନ୍ତି | ହେଲେ ଜୋସେଫ ବାଦାମ ଏବଂ ଆଲମଣ୍ଡ ମିଶିଥିବା ଖାଦ୍ୟ ଖାଉଥିଲେ ବି ତାଙ୍କର କୌଣସି ସମସ୍ୟା ହେଉନଥିଲା | ଘଟଣା ଦିନ ସେ ବଟର ଚିକେନ ଅର୍ଡ଼ର କରିଥିବା ବେଳେ ପ୍ୟାକେଟରେ ବାଦାମ ଏବଂ ଆଲମଣ୍ଡ ମିଶିଥିବା ଲେଖାଥିଲା |

ପୂର୍ବରୁ କୌଣସି ସମସ୍ୟା ହୋଇନଥିବାରୁ ବାଦାମ ଏବଂ ଆଲମଣ୍ଡ ମିଶିଥିବା ଜାଣି ମଧ୍ୟ ସେ ବଟର ଚିକେନ ଖାଇଥିଲେ | ଖାଇବାର କିଛି ସମୟ ପରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ‘ଆନାଫିଲାକ୍ସିସ୍’ ପାଇଁ ତାଙ୍କର ଦେହାନ୍ତ ହୋଇଥିବା କହିଥିଲେ ଡାକ୍ତର |

ସମ୍ବନ୍ଧିତ ଖବର