ଦେଶବ୍ୟାପୀ ପୁଣି ଦ୍ରୁତ ସଂକ୍ରମଣ: ଦୈନିକ ମାମଲାରେ ୧୮.୯% ବୃଦ୍ଧି, ୨୪ ଘଣ୍ଟାରେ ୪୪୧ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ଅଚାନକ ବଢ଼ିଛି। ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ ୮୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ ୪୪୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣରେ ୧୮.୯ ପ୍ରତିଶତ ବୃଦ୍ଧି ଘଟିଛି ଏବଂ କରୋନା ମୃତ୍ୟୁ ପ୍ରାୟ ୪୦ ପ୍ରତିଶତ ବଢ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ୩୦ ହଜାରରେ ପହଞ୍ଚିଯାଇଛି। ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୭ ହଜାର ଅତିକ୍ରମ କରିଛି। ଦେଶବ୍ୟାପୀ ଓମିକ୍ରନ୍‌ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ପ୍ରାୟ ୯ ହଜାର ମାମଲା ଆଜି ସୁଦ୍ଧା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ କରୋନାର ଓମିକ୍ରନ୍‌ ପ୍ରଜାତି ଦ୍ବାରା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୨୮ ଜଣ ପୁଲିସ କର୍ମୀ ସଂକ୍ରମିତ ହୋଇଛନ୍ତି ଏବଂ ମୋଟ ୧୦,୬୬୬ ଜଣ ପୁଲିସ କର୍ମୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଜି ସୁଦ୍ଧା ମୁମ୍ବାଇରେ ୧୨୭ ଜଣ ପୁଲିସ କର୍ମୀଙ୍କ କରୋନାରେ ମୃତ୍ୟୁ ହେଲାଣି।

ସମ୍ବନ୍ଧିତ ଖବର