ଚାରିଧାମ ଯାତ୍ରା ପାଇଁ ଓଡ଼ିଆ ସମେତ ୯ ଭାଷାରେ ଏସ୍‌ଓପି

ନୂଆଦିଲ୍ଲୀ : ଚାରିଧାମ ଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଓଡ଼ିଆ ସମେତ ୯ଟି ଭାଷାରେ ମାନକ ସଂଞ୍ଚାଳନ ପ୍ରକ୍ରିୟା (ଏସ୍‌ଓପି) ଜାରି କରାଯାଇଛି। ଅନ୍ୟ ଭାଷାଗୁଡ଼ିକ ହେଲା, ଇଂରାଜୀ, ହିନ୍ଦୀ, ତାମିଲ, କନ୍ନଡ, ମରାଠୀ, ବଙ୍ଗଳା, ପଂଜାବୀ ଓ ଗୁଜରାତି।

ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି ଚାରିଧାମ ଯାତ୍ରାରେ ଆସିବା ସମୟରେ ସମ୍ବନ୍ଧିତ ରାଜ୍ୟର ଶ୍ରଦ୍ଧାଳୁମାନେ ନିଜ ଭାଷାରେ ଏସ୍‌ଓପିଗୁଡ଼ିକ ଅଧ୍ୟୟନ କରି ଯାତ୍ରାପାଇଁ ଉପଯୁକ୍ତ ପ୍ରସ୍ତୁତି କରିବେ। ଯାତ୍ରାପାଇଁ ତରବରିଆ ଭାବେ ପ୍ରସ୍ତୁତି ନ କରିବା ପାଇଁ ଏସ୍‌ଓପି ଜରିଆରେ ପରାମର୍ଶ ଦିଆଯାଇଛି। ସୁଗମ ଓ ସୁରକ୍ଷିତ ଯାତ୍ରା ପାଇଁ ନିଜ ଶରୀରକୁ ଯାତ୍ରା ବାତାବରଣ ଅନୁସାରେ ଉପଯୁକ୍ତ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର