ନିଶାମୁକ୍ତି ଓ ଗଞ୍ଜେଇ ବିକ୍ରିକୁ ନେଇ ଛାତ୍ର କରିଥିବା ପ୍ରଶ୍ନରେ ବିଚଳିତ ହୋଇଗଲେ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପୁଲିସ ଅଧିକାରୀମାନେ ପ୍ରାୟତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସେମିନାର କରିଥାଆନ୍ତି।  ଏହା ମାଧ୍ୟମରେ କେବଳ ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରସଙ୍ଗରେ ସଠିକ୍ ଦିଗ ଦେଖାଯାଇଥାଏ ତାହା ନୁହେଁ ବରଂ ସେମାନଙ୍କୁ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରାଯାଇଥାଏ।

ଏହିପରି ଏକ ସେମିନାର ନିକଟରେ ଆୟୋଜିତ ହୋଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତି ସହିତ ଜଡ଼ିତ ସୂଚନା ଦିଆଯାଇଥିଲା। ଆଉ ପିଲାଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଇଥିଲା।

ପ୍ରଶ୍ନ ପଚାରିବାର ସୁଯୋଗ ମଳିବା ପରେ ଜଣେ ଛାତ୍ର ମଞ୍ଚ ଉପରେ ଥିବା ପୁଲିସ ଅଧିକାରୀଙ୍କୁ ଏପରି ପ୍ରଶ୍ନ କରିଥିଲେ କି କିଛିସମୟ ପାଇଁ ସମସ୍ତ ଚୁପ ହୋଇଯାଇଥିଲେ। ଛାତ୍ରଙ୍କ ପ୍ରଶ୍ନର କ’ଣ ଉତ୍ତର ଦେବେ କିଛି ବୁଝି ପାରି ନଥିଲେ।

 

ପୁଲିସ ଅଧିକାରୀଙ୍କୁ ନିଶା ସଂକ୍ରାନ୍ତରେ ପ୍ରଶ୍ନ କରିଥିବା ଛାତ୍ରଙ୍କ ଭିଡିଓରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଛାତ୍ର କହୁଛନ୍ତି, ‘ସାର୍ ଆମେ ନିଶା ନିବାରଣ ଉପରେ ଏତେ ବଡ଼ କାର୍ଯ୍ୟକ୍ରମ ଦେଖିଲେ କିନ୍ତୁ ମୋ ଜାଣିବାରେ ବିଶ୍ୱବିଦ୍ୟାଳୟ ହେଉଛି ନିଶା ସେବନର ସବୁଠାରୁ ବଡ କେନ୍ଦ୍ର । ଆଜିକା ସମୟରେ ନିଶାଜାତୀୟ ପଦାର୍ଥ ଓ ଗଞ୍ଜେଇ ମିଳିବା ସାଧାରଣ କଥା ହୋଇଗଲାଣି। ଆପଣ ଯେଉଁଠାକୁ ଗଲେ ତାହାକୁ ପାଇ ପାରିବେ।

ଜଣେ ପ୍ରଥମ ଓ ଦ୍ବିତୀୟ ବର୍ଷର ଛ‌ାତ୍ର ଗଞ୍ଜେଇ ବ୍ୟବସାୟୀଙ୍କୁ ଟ୍ରାକ କରି ପାରୁଛି କିନ୍ତୁ ପୁଲିସ କାହିଁକି କରି ପାରୁ ନାହିଁ। ମୁଁ ଜଣେ ୟୁନିଭର୍ସିଟିର ଛାତ୍ର। ସମାଜରେ ରହୁଛି। ମୁଁ ଅନେକ ଥର ଦେଖିଛି ପୁଲିସ ଷ୍ଟେସନ ସାମ୍ନାରେ ଗଞ୍ଜେଇ ବେପାର ଚାଲିଥାଏ କିନ୍ତୁ ପୁଲିସକୁ ଖବର ନଥାଏ। ଏହା କ’ଣ ସତରେ ପୁଲିସ ଜାଣି ନଥାଏ ନା ଜାଣିଶୁଣି ବଟି ପାଇଁ ଅଣଦେଖା କରିଦିଏ।’

ସମ୍ବନ୍ଧିତ ଖବର