ତାଲିବାନ କମାଣ୍ଡରଙ୍କ ଚେତାବନୀ: ପୃଥିବୀପୃଷ୍ଠରୁ ଲୋପ ପାଇଯିବ ପାକିସ୍ତାନ

ଇସଲାମାବାଦ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ତାଲିବାନ କମାଣ୍ଡର ଅବଦୁଲ ହମିଦ ଖୋରାସାନି ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେ ପାକିସ୍ତାନ ସରକାରର ମୂଳୋତ୍ପାଟନ କରିବା ସହ ପୃଥିବୀପୃଷ୍ଠରୁ ତାଙ୍କ ଦେଶର ନାମ-ଚିହ୍ନ ଲୋପ କରିଦେବେ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଉଦ୍ଦେଶ୍ୟରେ ଖୋରାସାନି ଦେଇଥିବା ଉତ୍ତେଜନାମୂଳକ ମନ୍ତବ୍ୟ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମାରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତିକୁ ସୂଚାଉଛି। ଟିଟିପିର ଜେହାଦୀମାନେ ଖୁବ୍‌ଶୀଘ୍ର ଆପଣଙ୍କ କାଫିର ଓ ଅତ୍ୟାଚାରୀ ସରକାରକୁ ଉଚ୍ଛେଦ କରିବେ। ମୁଲ୍ଲା ହେବତୁଲ୍ଲାଙ୍କ ଆଦେଶକ୍ରମେ ପାକିସ୍ତାନକୁ ପୃଥିବୀରୁ ବିଲୋପ କରାଯିବ ବୋଲି ଖୋରାସାନି ଏବେ ଏକ୍ସରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ କହିଛନ୍ତି। ଅନ୍ୟ ଏକ ଭିଡିଓରେ ଖୋରାସାନି ପାକିସ୍ତାନର ବଲୁଚିସ୍ତାନ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଜାନ ଆଚାକଜାଇଙ୍କୁ ମଧ୍ୟ ଏକ ବାର୍ତ୍ତା ପଠାଇଛନ୍ତି, ଯିଏ କି ଏକ୍ସରେ ତାଲିବାନକୁ ଚେତାବନୀ ଦେଇଥିଲେ। ଯଦି ପାକିସ୍ତାନରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ତାଲିବାନକୁ ଏହାର ପ୍ରତିଫଳ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଥିଲେ। ପାକିସ୍ତାନ ଶୀଘ୍ର ଆଫଗାନିସ୍ତାନରେ ପ୍ରବେଶ କରିବ ଏବଂ ୱାଖାନ୍ କରିଡରକୁ ଦଖଲ କରି ସିଧାସଳଖ ଏସିଆ ସହ ସଂଯୋଗ କରିବ ବୋଲି ଆଚାକଜାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ୍‌ କରିଥିଲେ।

ସମ୍ବନ୍ଧିତ ଖବର