୯୩ ବର୍ଷରେ ବିଶ୍ୱର ପଞ୍ଚମ ଧନୀ ୱାରେନ୍ ବଫେ

ନୂଆଦିଲ୍ଲୀ: ବିଶ୍ବର ବିଶିଷ୍ଟ ନିବେଶକ ତଥା ବର୍କସାୟାର ହାଥାୱେର ପ୍ରତିଷ୍ଠାତା ୱାରେନ୍ ବଫେ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପାଖାପାଖି ୧୧୮.୩ ବିଲିୟନ ଡଲାର ସମ୍ପତ୍ତି ସହିତ ଫୋର୍ବସ ତାଲିକାରେ ବଫେ ହେଉଛନ୍ତି ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି। ସେ ପ୍ରାୟ ୨୭ ନିୟୁତ ଡଲାର ବର୍କସାୟାର ହାଥୱେ ଷ୍ଟକ୍ ଏକ ଅଜ୍ଞାତ ଦାତବ୍ୟ କାର୍ଯ୍ୟ ପାଇଁ ଦାକ କରିଛନ୍ତି। ସେ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନକୁ ମଧ୍ୟ ଦାନ କରିଛନ୍ତି। ୨୦୦୬ ପରଠାରୁ ବଫେଙ୍କଠାରୁ ଫାଉର୍ଡେସନ ୫୧୦୦ କୋଟି ଡଲାର ପାଇଛି। ନିଜ ସମ୍ପତ୍ତିର ୯୯ ପ୍ରତିଶତ ରାଶି ଦାତବ୍ୟ କାର୍ଯ୍ୟ ପାଇଁ ଦାବ କରିବେ ବୋଲି ବଫେ କହିଛନ୍ତି। ବଫେଙ୍କ ଅଧୀନରେ କାର ବୀମା, ଶକ୍ତି, ମାନୁଫାକ୍‌ଚରିଂ ଓ ରିଟେଲ୍‌ର ବହୁ ସଂସ୍ଥା ରହିଛି।

ସମ୍ବନ୍ଧିତ ଖବର