ମେଷ: ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଆପଣ ଜୀବନରେ ଖୁବ୍ ଆଗକୁ ବଢ଼ିବେ। ନୂଆ ଲୋକଙ୍କ ସହିତ ସଂପର୍କରେ ଆସିବାକୁ ଚେଷ୍ଟା କରନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାମରେ ଅଭିଭାବକଙ୍କ ସାହାଯ୍ୟ ମିଳିବା ଯୋଗୁଁ କାମ ଶୀଘ୍ର ପୂରା ହେବ। ଧାର କାହାରିକୁ ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ନିଅନ୍ତୁ ନାହିଁ। ସମାଜସେବୀ ଭଲ କାମ କରିବେ।
ମିଥୁନ: ବାଲ୍ୟବନ୍ଧୁ ସହିତ ଆପଣଙ୍କ ସାକ୍ଷାତ୍ ହେବ। ଅଧୁରା କାମ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସନ୍ଧ୍ୟା ଯାଏ ମନ ଭିତରେ କୌଣସି ଭୟ ରହିବ।
କର୍କଟ: ଲୋକମାନଙ୍କ ମଧ୍ୟରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମୋଟର ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ସିଂହ: କାମରେ ବରିଷ୍ଠଙ୍କର ପୂରା ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ।
କନ୍ୟା: ଏଭଳି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିବେ। ଅଫିସରେ ଆପଣଙ୍କର ଭଲ କାମ ଦେଖି ସହକର୍ମୀ ଅନୁକରଣ କରିପାରନ୍ତି।
ତୁଳା: ବେପାରରେ ଭଲ ଲାଭ ମିଳିବା ଯୋଗୁଁ ନୂଆ ଶାଖା ଆରମ୍ଭ କରିବା କଥା ଭାବିବେ। ପରିବାରର ସହଯୋଗ ମିଳିବା ଯୋଗୁଁ ବଡ଼ ସମସ୍ୟାର ସମାଧାନ ମିଳିବ।
ବିଛା: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ବ୍ୟବସାୟକୁ ନେଇ ଅନ୍ୟମାନଙ୍କ ସହିତ ଘନିଷ୍ଠତା ବଢ଼ାନ୍ତୁ। ଆୟ ଏବଂ ବ୍ୟୟ ଲାଗି ଏକ ବଜେଟ ପ୍ରସ୍ତୁତ କରି ଚାଲନ୍ତୁ।
ଧନୁ: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ଛାତ୍ରଛାତ୍ରୀ ପାଠପଢ଼ାରେ କିଛି ପରିବର୍ତ୍ତନ କରି ପାରନ୍ତି। ପ୍ରେମିକା ସହିତ ଲାଗି ରହିଥିବା ମତଭେଦ ଦୂର ହେବ।
ମକର: ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିପାରେ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହିବା ଭଲ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇପାରେ।
କୁମ୍ଭ: କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଖୁସି ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଫଳ ମିଳିବ।
ମୀନ: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହେବ। ସଫ୍ଟୱେର୍ ଇଂଜିନିଅରଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ବିଶେଷ ସଫଳତା ହାସଲ କରିବେ।