ଯୁବାବସ୍ଥାରେ ଆର୍ଥ୍ରାଇଟିସ୍‌

ଦିନକୁ ଦିନ ଆଣ୍ଠୁଗଣ୍ଠି ବାତ ସମସ୍ୟା ବୃଦ୍ଧି ପାଉଛି। ବିଶେଷକରି ଓଜନ ଅଧିକ ଥିବା ବ୍ୟକ୍ତି ଏଥିରେ ଶୀଘ୍ର ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ବୃଦ୍ଧାବସ୍ଥାରେ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ମାତ୍ର ଏବେ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଆଧୁନିକ ଜୀବନଶୈଳୀ ଯୋଗୁଁ ବିଶ୍ବର ଅଧିକାଂଶ ଲୋକ ଏବେ ଆର୍ଥ୍ରାଇଟିସ୍‌ ଭୋଗୁଛନ୍ତି। ପରିବର୍ତ୍ତିତ ଜୀବନଧାରା, ବିଳାସବ୍ୟସନ, କମ୍‌ ପରିଶ୍ରମ, ମେଦବହୁଳତା ଓ ଖାଦ୍ୟରେ ଅନିୟମିତତା ଏହାର କାରଣ।

ଆଧୁନିକ ଜୀବନଶୈଳୀ ଯୋଗୁଁ ବିଶ୍ବର ଅଧିକାଂଶ ଲୋକ ଏବେ ଏହି ରୋଗର ଶିକାର ହେଉଛନ୍ତି। ପରିବର୍ତ୍ତିତ ଜୀବନଧାରା, ବିଳାସବ୍ୟସନ, କମ୍‌ ପରିଶ୍ରମ, ମେଦବହୁଳତା ଓ ଖାଦ୍ୟରେ ଅନିୟମିତତା ଏହାର କାରଣ।

ପ୍ରାୟ ୧୦୦ରୁ ଅଧିକ ପ୍ରକାରର ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍‌ ରହିଛି। ସେଥି ମଧ୍ୟରୁ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ପ୍ରମୁଖ। ଏଥିରେ ହାତ ଓ ଗୋଡ଼ର ଗଣ୍ଠିଗୁଡ଼ିକ ଫୁଲିଯିବା ସହ ଦରଜ ହୁଏ। ପରବର୍ତ୍ତୀ ସମୟରେ ଆଙ୍ଗୁଠିଗୁଡ଼ିକ ବଙ୍କା ହୋଇଯିବାର ମଧ୍ୟ ଆଶଙ୍କା ରହିଛି। ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଏକ ଅଟୋଇମ୍ୟୁନୋ ଡିଜିଜ୍‌ (ରୋଗ ପ୍ରତିରୋଧକ ଶକ୍ତିଜନିତ ରୋଗ) ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଓ ଗଣ୍ଠିଗୁଡ଼ିକୁ ପ୍ରଭାବିତ କରି ପ୍ରଦାହ ସୃଷ୍ଟି କରେ। ଏଥିପାଇଁ ଜିନ୍‌ କେତେକାଂଶରେ ଦାୟୀ ‌ହୋଇଥିଲେ ମଧ୍ୟ ଏହା ସାଧାରଣତଃ ବଂଶଗତ ହୋଇ ନଥାଏ। ଅନ୍ୟପକ୍ଷରେ ‘ଇବି ଭାଇରସ୍‌’ ପରି କେତେକ ଭାଇରସ୍‌ ‌ବେଳେବେଳେ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରି ଗଣ୍ଠିଗୁଡ଼ିକୁ ଦୁର୍ବଳ କରିଦିଅନ୍ତି। ଫଳରେ ଗଣ୍ଠି ଫୁଲା ଓ ଦରଜ ହୁଏ। ଏହାବାଦ୍‌ ଧୂମପାନ ଯୋଗୁଁ ଶ୍ବାସନଳୀରେ ଥିବା କୋଷଗୁଡ଼ିକ ନଷ୍ଟ ହୋଇ ଆଣ୍ଟିଜେନ୍‌ ତିଆରି କରନ୍ତି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରତିକ୍ରିୟାଶୀଳ ହୋଇ ଆଣ୍ଟିବଡି ତିଆରି କରେ। ଫଳରେ ଧୂମପାନ କରୁଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଗଣ୍ଠିରେ ଫୁଲା ଓ ଦରଜ ଦେଖାଯିବା ସହ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଆଶଙ୍କା ଅଧିକ ହୋଇଥାଏ। ସର୍ଭେ ଅନୁଯାୟୀ, ପ୍ରାୟ ୨୦୦ ଜଣଙ୍କ ମଧ୍ୟରୁ ଜଣେ ଲୋକ ଏହି ରୋଗର ଶିକାର ହେଉଛନ୍ତି।

ମହିଳାଙ୍କ ‌କ୍ଷେତ୍ରରେ ଅଧିକ
ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ମହିଳାଙ୍କ ଶରୀରରେ ଥିବା ଇଷ୍ଟ୍ରୋଜେନ୍‌ ହର୍ମୋନ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ପ୍ରତିକ୍ରିୟାଶୀଳ କରାଇଥାଏ। ଫଳରେ ଏହା ୧୫ରୁ ୪୫ ବର୍ଷ ମହିଳାଙ୍କଠାରେ ଅଧିକ ଦେଖାଯାଏ। ଏହି ରୋଗରେ ସାଧାରଣତଃ ଗୋଡ଼ ଓ ହାତର ସମସ୍ତ ଗଣ୍ଠି ଫୁଲି ଦରଜ ହୁଏ। ସକାଳୁ ଉଠିଲେ ଏହି ଯନ୍ତ୍ରଣାର ପରିମାଣ ଅଧିକ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଏହାର ଉପଯୁକ୍ତ ଚିକିତ୍ସା ନକଲେ ଆଙ୍ଗୁଠିଗୁଡ଼ିକ ସମ୍ପୂର୍ଣ୍ଣ ବଙ୍କା ହୋଇଯିବା ସହ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦିଓ ଏହି ରୋଗ ପ୍ରାଥମିକ ଅବସ୍ଥାରେ ଗଣ୍ଠିକୁ ଆକ୍ରମଣ କରିଥାଏ, ଚିକିତ୍ସାରେ ବିଳମ୍ବ କଲେ ଏହା ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ଏହି ରୋଗ ହେଲେ ଆଖି ଲାଲ୍‌ ଦେଖାଯାଏ, ଫୁସ୍‌ଫୁସ୍‌ରେ ଫାଇବ୍ରୋସିସ୍‌ ହୁଏ ଏବଂ ସ୍ନାୟୁ ଦୁର୍ବଳ ହୋଇଯାଏ। ଏହି ରୋଗ ଚିହ୍ନଟ ପାଇଁ ଇ.ଏସ୍‌.ଆର୍‌. ଓ ସି.ଆର୍‌.ପି. ଭଳି ରକ୍ତ ପରୀକ୍ଷା କରାଯାଇଥାଏ। ଏହାର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଔଷଧ ରହିଛି, ଯେଉଁଗୁଡ଼ିକୁ ‘ଡିଜିଜ୍ ମଡିଫାଇଙ୍ଗ୍‌ ଆଣ୍ଟିରୁମାଟିକ୍ ଡ୍ରଗ୍‌ସ’ (ଡି.ଏମ୍.ଆର୍‌.ଡି.)‌ ବୋଲି କୁହାଯାଏ। ମେ‌େଥାଟ୍ରା‌କ୍ଟେଟ୍‌, ସଲ୍‌ଫାସାଲାଜିନ୍, ହାଇ‌େଡ୍ରାକ୍ସିକ୍ଲୋରୋକ୍ସିନ୍‌, ‌େଲଫ୍ଲୁନୋମାଇଡ୍ ଆଦି ଏହି ଶ୍ରେଣୀର ଔଷଧ, ଯେଉଁଗୁଡ଼ିକ ‌େରାଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରି ରୋଗକୁ ନିୟନ୍ତ୍ରଣରେ ରଖେ। ଔଷଧ ସହିତ ରୋଗୀ ସୁଷମ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା ଉଚିତ। ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ମଧ୍ୟ କରାଯାଉଛି।
– ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା
ଓଡ଼ିଶା ଆର୍ଥ୍ରାଇଟିସ୍‌ ଆଣ୍ଡ୍‌ ରୁମାଟୋଲୋଜି ସେଣ୍ଟର୍‌, ସହିଦନଗର, ଭୁବନେଶ୍ବର

 

ସମ୍ବନ୍ଧିତ ଖବର