କୌଣସି ଘରେ ରହିବା ପୂର୍ବରୁ ଏ ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

ଚାଣକ୍ୟ କେତେକ ନୀତିବାଣୀ ଦେଇଛନ୍ତି। ଏହାକୁ ପାଳନ କରିଲେ ଲୋକ ଅସୁବିଧାରେ ପଡ଼ିବେ ନାହିଁ ବୋଲି ବିଶ୍ୱାସ ରହିଛି। କୌଣସି ଲୋକ ଘରେ ରହିବା ପାଇଁ ଯଦି ଚିନ୍ତା କରୁଛନ୍ତି,ତେବେ ତା’ ପୂର୍ବରୁ ନିମ୍ନୋକ୍ତ ପ୍ରସଙ୍ଗ ଉପରେ ପ୍ରଥମେ ଧ୍ୟାନ ଦିଅନ୍ତୁ। ତା’ପରେ ସେଠାରେ ରହିବେ ନା ତା’ହା ସ୍ଥିର କରନ୍ତୁ।

୧- ସମ୍ମାନ/ମର୍ଯ୍ୟାଦା ହାନି ହେବ କି ନା: ଯଦି ଆପଣ କୌଣସି ଅନ୍ତରଙ୍ଗ ବନ୍ଧୁ ବା ପରିଚିତ ଲୋକଙ୍କ ଘର ଭଡ଼ାରେ ବି ରହିବାକୁ ଯାଉଛନ୍ତି ,ପ୍ରଥମେ ଲକ୍ଷ୍ୟ କରନ୍ତୁ ସେଠାରେ ନିଜର ସମ୍ମାନ ହାନି ହେବା ଭଳି କିଛି ପ୍ରସଙ୍ଗ ନାହିଁ ତ!ଯଦି ସେଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି,ତେବେ ସେଠି ନ ରହିବା ଭଲ।

୨-ନିଜର ଆର୍ଥକ ସ୍ଥିତ ଖରାପ ହେବନି ତ:କେତେକ ସ୍ଥାନରେ ରହିଲେ ଆପଣଙ୍କୁ ଆର୍ଥିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏହାର ଭିନ୍ନ ଭିନ୍ନ କାରଣ ରହିଛି।ଏଣୁ ନିଜର ଆର୍ଥିକ ସ୍ଥିତି ଖରାପ ହେଉଥିବା ଜାଗାରେ ନ ରହିବା ଉଚିତ।

୩-ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ କି:ଏମିତି ଅନେକ ଘର ବା ଜାଗା ଅଛି,ଯେଉଁଠି ରହିଲେ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ।ହୁଏତ ସେଠାରେ ନାଳ
ନର୍ଦ୍ଦମା ଥାଇପାରେ ବା ପରିବେଶ ପ୍ରଦୂଷଣର ଆଶଙ୍କା ବେଶି,ଅଥବା ଅସ୍ୱାସ୍ଥ୍ୟକର ପରିବେଶ ଥାଇପାରେ। ଯଦି ଶସ୍ତାରେ ସେଠି ଘର ମିଳୁଥାଏ, ତଥାପି ସେଠାରେ ରହିବା ଆଦୌ ଶୁଭଙ୍କର ନୁହେଁ।
୪-ଅଯଥା ବିବାଦ: ଏମିତି କେତେକ ଜାଗା ବା ଘର ଅଛି,ଯେଉଁଠାରେ ପଡ଼ୋଶୀ ଅନ୍ୟ କାହା ସହିତ ନିୟମିତ ବିବାଦ ହୁଏ। ଯଦି ସେଭଳି ସୁରାକ୍‌ ପାଉଛନ୍ତି,ତେବେ ସେଠାରେ ନ ରହିବା ଭଲ ହେବ।

୫-ଆନୁସଙ୍ଗିକ ବ୍ୟବସ୍ଥା: ଯେଉଁ ଅଞ୍ଚଳରେ ବା ଯେଉଁ ଘରେ ରହିବେ, ସେଠାକାର ଜଳ ଯୋଗାଣ,ଆଲୋକ ବ୍ୟବସ୍ଥା,ସ୍ୱଚ୍ଛତା,ବଜାର ଓ ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧା ରହିଛି କି ନା,ତାହା ପ୍ରଥମେ ପରଖନ୍ତୁ। ତା’ପରେ ନିଷ୍ପତ୍ତି ନେବା ଠିକ୍‌ ହେବ।

ସମ୍ବନ୍ଧିତ ଖବର