ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପିଲାଙ୍କ କ୍ୟାରିୟର ପାଇଁ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ବୃଷ: ରଚନାତ୍ମକ କାର୍ଯ୍ୟ ପାଇଁ ଆପଣଙ୍କର ପ୍ରସଦ୍ଧି ବଢ଼ିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଆର୍ଥିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

ମିଥୁନ: ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖିବା ଦରକାର। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଚାକିରିଆଙ୍କର ଦୂର ସ୍ଥାନକୁ ବଦଳି ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।

କର୍କଟ: ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବେପାରରେ ଲାଭର ସୁଯୋଗ ମିଳିବ। ସଭିଙ୍କ ପ୍ରତି ସ୍ନେହ ବଜାୟ ରଖନ୍ତୁ।

ସିଂହ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ଲେଖକଙ୍କୁ ଖ୍ୟାତି ମିଳିବ। କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିବ।

କନ୍ୟା: ଏକାଗ୍ର ଚିତ୍ତରେ କରୁଥିବା କାମର ସଫଳତା ମିଳିବ। ଆପଣଙ୍କର ସାମାଜିକ ପରିସର ବଢ଼ିବ। ପ୍ରିୟଜନଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ତୁଳା: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଅଫିସରେ କାମ କରିବା ଶୈଳୀ ବଦଳାଇବେ। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ବିଛା: ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ। ଠିକାଦାରଙ୍କୁ ଧନଲାଭ ହେବ। ନୂଆ କାମ କରିବାର ଆଗ୍ରହ ବଢ଼ିବ। ସଙ୍ଗୀତଜ୍ଞଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।

ଧନୁ: ନୂଆ ଲକ୍ଷ୍ୟ ସ୍ଥିର କରିବା ଲାଗି ଦିନଟି ଶୁଭ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ।

ମକର: ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭା‌ବରେ ରଖି ପାରିବେ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।

କୁମ୍ଭ: ଅସଂପୂର୍ଣ୍ଣ ସରକାରୀ କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ରାଜନୈତିକ ଓ ସାମାଜିକ କାର୍ଯ୍ୟକୁ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

ମୀନ: ଧର୍ମ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ପରିବାରର ବଡ଼ ଦାୟିତ୍ବ ତୁଲାଇବେ। ଅଫିସରେ ଅଧୁରା ଥିବା କାମ ପୂରା କରିପାରିବେ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିପାରେ।

ସମ୍ବନ୍ଧିତ ଖବର