ଟେଲିଗ୍ରାମ୍‌ ଠକେଇରେ ଉଡ଼ିଗଲା ସାଢ଼େ ୯ ଲକ୍ଷ

ଭୁବ‌ନେଶ୍ବର: ଟେଲିଗ୍ରାମ୍‌ ଠକେଇର ଶିକାର ହୋଇ ସାଢ଼େ ୯ ଲକ୍ଷ ଟଙ୍କା ହରାଇଥିବା ଜଣେ ମହିଳା ନୂଆପଲ୍ଲୀ ଥାନା‌ରେ ଅଭିଯୋଗ କରିଛନ୍ତି। ଘରେ ବସି ରୋଜଗାର କରିବାର ମୋହରେ ପକାଇ ସାଇବର ମହିଳାଙ୍କୁ ଲୁଟିଛି। ଠକାମିର ଶିକାର ମହିଳା ହେଲେ ଡେଲ୍‌ଟା କଲୋନିର ରୁନୁଲିପ୍‌ସା ବାରିକ। ତାଙ୍କ ଅଭିଯୋଗ ଅନୁସାରେ ଘରେ ବସି ଟଙ୍କା ରୋଜଗାର କରିହେବ ବୋଲି ତାଙ୍କ ହ୍ବାଟ୍‌ସଆପ୍‌କୁ ଏକ ମେସେଜ୍ ଆସିଥିଲା। ଏବାବଦରେ ସେ ଅଧିକ ଜାଣିବାକୁ ଚାହିବାରୁ ଠକ ଏକ ଗେମ୍ ‌‌ଖେଳିବା କଥା କହିଥିଲା। ଏହାପରେ ଠକ ରୁନୁଙ୍କୁ ଏକ ସ୍କ୍ରିନ୍‌ ସଟ୍ ପଠାଇଥିଲା ଏବଂ ଉକ୍ତ ଟେଲିଗ୍ରାମ୍ ଲିଙ୍କ୍‌ରେ ଥିବା ଗ୍ରୁପରେ ଆଡ୍ ହେବାକୁ କହିଥିଲା। ରୁନୁ ତିନୋଟି ଗ୍ରୁପ୍‌ରେ ଯୋଡ଼ି ହେବା ସହିତ ଗେମ୍ ଖେଳିବା ପାଇଁ ସମୁଦାୟ ୯ ଲକ୍ଷ ୫୮ ହଜାର ଟଙ୍କା ଡିପୋଜିଟ୍ କରିଥି‌‌ଲେ। ଏହାପରେ ରୁନୁଙ୍କୁ ଗ୍ରୁପ୍‌ରୁ ବାହାର କରି ଦିଆଯାଇଥିଲା ଏବଂ ଠକର ମୋବାଇଲ୍‌ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର