ପାତ୍ରପଡ଼ା ମୋ ବସ୍ ଡିପୋ ଆଗରେ ଆନ୍ଦୋଳନ: ମୁଣ୍ଡ ନୁଆଁଇଲେ କ୍ରୁଟ୍ କର୍ତ୍ତୃପକ୍ଷ

ଭୁବନେଶ୍ୱର: ପାତ୍ରପଡ଼ା ହାଇସ୍କୁଲଛାତ୍ରଛାତ୍ରୀଙ୍କ ଅ‌ାନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ କ୍ରୁଟ୍ କର୍ତ୍ତୃପକ୍ଷ। ପାତ୍ରପଡ଼ା ନିଟକରେ ଥିବା ମୋ ବସ୍ ଡିପୋର ପୂର୍ବ ଫାଟକକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ପଶ୍ଚିମ ଦିଗର ପାଚେରି ଭାଙ୍ଗି ନୂଆ ଫାଟକ ଖୋଲିବା ନେଇ ବି ନିଷ୍ପତ୍ତି ନେଇଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ, ପାତ୍ରପଡ଼ା- ଭଗବାନପୁରର ସ୍ଥାନୀୟ ଲୋକେ ଓ ସ୍କୁଲଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ବିଶେଷ ଭାବେ ନୂଆ ଫାଟକ ଖୋଲିବା ଓ ଷ୍ଟପେଜ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଥିଲା। ସ୍କୁଲ ସାମ୍ନାରେ ବସ୍ ଡିପୋ ଥିବା କାରଣରୁ ଏଠାରେ ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହେଉଥିଲା। ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବି ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନେ ଡିପୋରେ ମୋ ବସ୍ ଗୁଡ଼ିକୁ ଅଟକାଇ ରଖିଥିଲେ। କ୍ରୁଟ୍ କର୍ତ୍ତୃପକ୍ଷ ଦାବି ମାନିନେବା ପରେ ପୁଣି ମୋ ବସ୍ ଚଳାଚଳ ସ୍ବାଭାବିକ ହୋଇଛି।

ସମ୍ବନ୍ଧିତ ଖବର