ଫେବ୍ରୁଆରି ଶେଷ ସପ୍ତାହରେ ନିର୍ଣ୍ଣୟ

ଭୁବନେଶ୍ବର: ପୁଣି ଏକ ମହିଳା କୈନ୍ଦ୍ରିକ ଓଡ଼ିଆ ଫିଲ୍ମ ପରଦାକୁ ଆସୁଛି। ପ୍ରେମ, ସମ୍ପର୍କ, କର୍ତ୍ତବ୍ୟ, ଇଛା ଓ ଆଶା ଉପରେ ଗଢ଼ି ଉଠିଛି ଏହାର କାହାଣୀ। ଆମ ସମାଜରେ ମହିଳା ଓ ବୃଦ୍ଧମାନେ କିପରି ନିଜର ଅନେକ ଇଛା ଆଉ ସ୍ବପ୍ନକୁ ପୂରା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ‘ନିର୍ଣ୍ଣୟ’ ନେଉଛନ୍ତି, ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ। ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଟିକି ପଟ୍ଟନାୟକ। ଶ୍ରଦ୍ଧା ସବୁରି ପ୍ରଡକ୍ସନ ବ୍ୟାନର୍‌ର ‘ନିର୍ଣ୍ଣୟ’ ଚଳିତ ଫେବ୍ରୁଆରି ମାସର ଶେଷ ସପ୍ତାହରେ ମୁକ୍ତିଲାଭ କରିବବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ପ୍ରକାଶ। ଏଥିରେ ବିଭିନ୍ନ ଭୂମିକାରେ ସୂର୍ଯ୍ୟମୟୀ ମହାପାତ୍ର, ଶ୍ରଦ୍ଧା ପାଣିଗ୍ରାହୀ, ନୈନା ଦାଶ, ଚୌଧୁରୀ ଜୟପ୍ରକାଶ ଦାଶ, ସୁକାନ୍ତ ରଥ, ସ୍ୱସ୍ତିକ ଚୌଧରୀ, ପ୍ରୀତିରାଜ ଶତପଥୀ, ଅଭିଜିତ ଦାଶ, ବିଜୟିନୀ ମିଶ୍ର, ଭାସ୍ବତୀ ବାସୁ, ପ୍ରିୟା ବିଶୋଇ, ପୂର୍ଣ୍ଣିମା ବରାଳ, ମୁସ୍କାନ, ଜଗବନ୍ଧୁ ପଣ୍ଡା ଓ ଶିଶୁ କଳାକାର ସାଇବୀର ପଣ୍ଡା ଅଭିନୟ କରିଛନ୍ତି। ସଂଳାପ ଲେଖିଛନ୍ତି ସୁମିତ ପଣ୍ଡା। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ ଓ ଗୌରବ ଆନନ୍ଦ। ଗୀତଗୁଡିକୁ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା।

ସମ୍ବନ୍ଧିତ ଖବର