ଜର୍ଣ୍ଣାଲିଜମ୍‌ ଷ୍ଟୁଡେଣ୍ଟ ଫୋରମ୍‌ର ବିକ୍ଷୋଭ

ସୋସିଆଲ ମିଡିଆରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା

ଭୁବନେଶ୍ୱର : ସୋସିଆଲ୍‌ ମିଡିଆରେ ଜଣେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ ହେବା ଘଟଣାରେ ପୁଲିସର ସାଇବର୍‌ ସେଲ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଜର୍ଣ୍ଣାଲିଜମ୍‌ ଷ୍ଟୁଡେଣ୍ଟ ଫୋରମ୍‌ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫୋରମ୍‌ର ବହୁ ଛାତ୍ରଛାତ୍ରୀ ହାତରେ ବିଭିନ୍ନ ଦାବି ଲେଖାଥିବା ପ୍ଲାକାର୍ଡ ଧରି ସ୍ଳୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କହିଥିଲେ ଯେ, ଓଡ଼ିଶାରେ ପୁଲିସର ସାଇବର ଶାଖା ଥାଇ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହିଭଳି ପୋଷ୍ଟିଂ କରୁଥିବା ଅପରାଧୀଙ୍କୁ ଚିହ୍ନଟ କରି ସାଇବର ପୁଲିସ୍‌ ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଏହି ବିକ୍ଷୋଭରେ ଜର୍ଣ୍ଣାଲିଜମ୍‌ ଷ୍ଟୁଡେଣ୍ଟ୍‌ସ୍‌ ଫୋରମ୍‌ର ଆବାହକ ସଂଘମିତ୍ରା ଜେନା, ଫୋରମ୍‌ର ସଦସ୍ୟ ଶୀତଲ ପଟ୍ଟନାୟକ, ପ୍ରଣୟୀ ଗୀତିକା, କୁମାରୀ ଅନନ୍ୟା, ଅଭୟ ଦାସ, ଲିପୁନ୍‌ ପରିଡ଼ା, ସଂଗ୍ରାମ କେଶରୀ ନନ୍ଦ, ଅମିତାଭ ନାୟକ ଓ ବବୁଲ୍‌ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ନଗ୍ନ ଭିଡିଓ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର