ଅଟୋକୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱର: ଅଟୋକୁ ବାଡେଇଲା ମୋ ବସ। ଭୁବନେଶ୍ୱର ରାଜମହଲ ଛକରେ ଘଟିଛି ଏହି ଘଟଣା। ଯାତ୍ରୀଙ୍କୁ ନେଇ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ନେଇକି ଆସିଥିଲା ଅଟୋ। ରାଜମହଲ ଛକରେ ଯାତ୍ରୀ ଓହ୍ଲାଇଥିବା ସମୟରେ ପଛରୁ ଏକ ମୋ ବସ ଆସି ଅଟୋକୁ ଧକ୍କା ଦେଇଥିଲା ଫଳରେ ଅଟୋର ସାମ୍ନା ପଟ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏମିତି ଆଗରୁ ଅନେକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତେବେ ଏନେଇ ଅଟୋ ଚାଳକ କହିଛନ୍ତି ଯେ ମୋ ବସ ପାଇଁ ରାଜଧାନୀରେ କିଛି କଟକଣା ନାହିଁ । ସେମାନେ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି, ଦୁର୍ଘଟଣା ଘଟେଇବା ପରେ କହିଛନ୍ତି ସରକାରୀ ବସ ଯାହା କରିବ କର। ଦୁର୍ଘଟଣା ପରେ ବସକୁ ଧରି କ୍ୟାପିଟାଲ ଥାନାର ହସ୍ତାନ୍ତର କରିଛନ୍ତି ଅନଲାଇନ ଅଟୋ ଚାଳକ ସଂଘ। ତେଣୁ ଏମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକତା ଅଛି ବୋଲି ଦାବି କରିଛି ସଂଘ।

ସମ୍ବନ୍ଧିତ ଖବର