ନାବାଳିକାଙ୍କୁ ଦୁର୍ଷମ ଅଭିଯୋଗରେ ଧରମ ବାପା ଗିରଫ

ଚନ୍ଦ୍ରଶେଖରପୁର, ୨୪/୭(ଇମିସ): ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ମହାବୀର ବସ୍ତିର ମାଧବଚନ୍ଦ୍ର ଦଳେଇ(୫୯)କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାଧବ ନାବାଳିକାଟିର ଧରମ ବାପା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଗତ ସପ୍ତାହରେ ଘଟିଥିବା ଏହି ଅଘଟଣ ପରେ ମାଧବ ବସ୍ତି ଛାଡ଼ି କଟକ ସଦର ନାଗପଲ୍ଲୀ ଅଞ୍ଚଳରେ ଲୁଚିଥିଲା। ଗତକାଲି ରାତିରେ ପୁଲିସ ସେଠାରୁ ତାକୁ ଗିରଫ କରିଛି।
ସୂଚନାନୁଯାୟୀ ପୀଡ଼ିତା ନାବାଳିକାଟିର ନିଜ ବାପା ଗତ ବିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି। ବିଧବା ମହିଳାଙ୍କୁ ସହଯୋଗ କରିବାକୁ ମାଧବ ଆ‌‌ଗେଇ ଆସିବା ସହ ନାବାଳିକାଙ୍କୁ ଧରମ ଝିଅ କରିଥିଲା। ପୀଡ଼ିତା ନାବାଳିକା ମଧ୍ୟ ମାଧବକୁ ଧରମ ବାପା ଭଳି ମାନୁଥିଲେ। ଗତ ସପ୍ତାହରେ କୌଣସି କାରଣରୁ ମାଧବ ଓ ପୀଡ଼ିତାଙ୍କ ମା’ ମଧ୍ୟରେ ବଚସା ହୋଇଥିଲା। ସେ ଘରେ ନଥିବା ବେଳେ ମାଧବ ନାବାଳିକାଙ୍କୁ ତା’ ନିଜ ଘରକୁ ଡାକି ନେଇ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ବିଷୟରେ କାହାକୁ କିଛି କହିଲେ, ସେ ତାକୁ ଓ ମା’କୁ ମାଡ଼ ମାରିବ ବୋଲି ଧମକ ଦେଇଥିଲା। କିନ୍ତୁ ପିଲାଟି କାନ୍ଦିକାନ୍ଦି ଘରକୁ ଫେରିବା ପରେ ମା’ଙ୍କୁ ସବୁ କଥା କହିଥିଲା। କଥା ପ୍ରଘଟ ହେବା ପରେ ମାଧବ କିଛି ଟଙ୍କା ଦେଇ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ନିଜ ବାପା ଭଳି ମାନୁଥିବା ମାଧବର କୁତ୍ସିତ କାଣ୍ଡକୁ ନେଇ ପୀଡ଼ିତା ବୁଝିନଥିଲେ। ସେ ମା’ଙ୍କ ସହ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ମାମଲା ଥାନାକୁ ଯିବା ପରେ ମାଧବ ବସ୍ତି ଛାଡ଼ି ଫେରାର୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର