ବିଜେଡି ଲୋକସଭା ନେତା ହେଲେ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି ଆସନ ମିଳିିବା ପରେ ରବିବାର ଦଳୀୟ ସୁପ୍ରିମୋ ସାଂସଦମାନଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଇଛନ୍ତି। ଏହି ଆଧାରରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିଜୁ ଜନତା ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ପଦରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଥିଲେ। ମହତାବ୍‌ଙ୍କୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦରେ ନିଯୁକ୍ତି କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରିଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସଂସଦୀୟ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।

ଅନ୍ୟପଟେ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, ଆସନ୍ତା ୧୭ ତାରିଖରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୧୭ତମ ଲୋକସଭା ଅଧିବେଶନ ବସିବ। ତେବେ ବିଜୁ ଜନତା ଦଳ ତରଫରୁ ୧୨ ସାଂସଦଙ୍କ ସହ ଏଥର ଲୋକସଭାରେ କିଭଳି ରାଜ୍ୟର ଦାବି ଉପସ୍ଥାପନ କରିବ ବିଜେଡି ସେନେଇ ସଂସଦୀୟ ଦଳଙ୍କୁ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ସମ୍ବନ୍ଧିତ ଖବର