ଦୁଇ ବର୍ଷ ମଧ୍ୟରେ ୧୯ଜଣ ଛାତ୍ରୀଙ୍କ ସହ ଯୌନ ଅସଦାଚରଣ, ମାଦ୍ରାସା ଶିକ୍ଷକଙ୍କୁ ଗିରଫ କଲା ପୁଲିସ

ଥିରୁବନନ୍ତପୁରମ : କେରଳର କୋଟ୍ଟାୟମରେ ମାଦ୍ରାସାର ଶିକ୍ଷକ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ବର୍ଷ ହେଲାଣି ଯେଉଁ କଳା କାରନାମା ଶିକ୍ଷକଜଣଙ୍କ କରି ଆସୁଥିଲେ, ତାହା ଏବେ ସାମ୍ନାକୁ ଆସିଯିବା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଅଲୁଭା ଜିଲ୍ଲାରେ ରହୁଥିବା ଅଭିଯୁକ୍ତ ୟୁସୁଫ୍‌(୬୩)କୁ କୋଟ୍ଟାୟମର ଏକ ମସ୍‌ଜିଦରେ ଶିକ୍ଷକଭାବେ ନିଯୁକ୍ତ ମିଳିଥିଲା । ଦୁଇ ବର୍ଷ ହେଲାଣି ୟୁସୁଫ୍‌ ପିଲାମାନଙ୍କୁ ପଢ଼ାଇବା ସହ ୧୯ଜଣଙ୍କ ସହ ଯୌନ ଅସଦାଚରଣ କରିଥିଲେ । ପ୍ରଥମେ ପ୍ରଥମେ ନିଜର ଭାଷଣ ଏବଂ ପ୍ରାର୍ଥନାରେ ଛାତ୍ର-ଛାତ୍ରୀମାନଙ୍କ ମାତା-ପିତାଙ୍କ ଭରସା ଜିଣିଥିଲେ ଅଭିଯୁକ୍ତ । ଏହା ପରେ ପରେ ମସ୍‌ଜିଦ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଘର ତିଆରି କରିବା ପାଇଁ କହିଥିଲେ । ଘର ତିଆରି ହେବା ପରେ ବିଭିନ୍ନ ବାହାନାରେ ଛାତ୍ରୀମାନଙ୍କୁ ଡ଼କାଇ ତାଙ୍କ ସହ ଯୌନ ଅସଦାଚରଣ କରୁଥିଲେ ୟୁସୁଫ୍‌ । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ଗିରଫ କରି ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର