ଗୋ-ଏୟାର୍‌ର ଦମ୍‌ଦାର୍‌ ଅଫର୍‌!କେବଳ ୩୧୨ ଟଙ୍କାରେ କରନ୍ତୁ ବିମାନ ଯାତ୍ରା!

ନୂଆଦିଲ୍ଲୀ: ଘରୋଇ ବିମାନ ଗୋ-ଏୟାର କଂପାନି ବିମାନ ଯାତ୍ରୀଙ୍କ ପାଇଁ ଆଣିଛି ଦମ୍‌ଦାର୍‌ ଅଫର୍‌। କଂପାନି ତରଫରୁ ଦିଲ୍ଲୀ, କୋଚ୍ଚି ଓ ବେଙ୍ଗାଲୋର ସମେତ ୭ଟି ସହରରେ ୱାନ ୱେ ଯାତ୍ରା ପାଇଁ ଭଡ଼ା ମାତ୍ର ୩୧୨ଟଙ୍କାରୁ ଆରମ୍ଭ ହେଉଛି।ତେବେ କଂପାନିର ସୂଚନା ଅନୁଯାୟୀ ଟିକେଟ୍ ବୁକିଂ ନଭେମ୍ବର ୨୪ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଡ଼ିସେମ୍ବର ୧ ତାରିଖରୁ ଆସନ୍ତା ବର୍ଷ ଅକ୍ଟୋବର ୨୮ ତାରିଖ ମଧ୍ୟରେ ଯାତ୍ରା କରିହେବ। ଟିକେଟ୍‌ ବୁକିଂ ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ ଆଧାରରେ ରଖାଯାଇଛି।

କମ୍ପାନୀ ଏହି ସ୍ପେଶାଲ ଅଫର୍‌ରୁ ମୁଖ୍ୟାଳୟ ମୁମ୍ବାଇକୁ ବାଦ ଦେଇଛି। ଏହି ଅଫର୍ ଅନୁଯାୟୀ ବିମାନ ଭଡ଼ାରେ କୌଣସି ପ୍ରକାରର କର ସାମିଲ୍ ହେବ ନାହିଁ। ଏହି ବିଶେଷ ସେବା ତେବେ ଏହି ବିଶେଷ ସେବା କେବଳ ନୂଆଦିଲ୍ଲୀ, କୋଚ୍ଚି, ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଚେନ୍ନାଇ ଓ ଅହମ୍ମଦାବାଦ ମାର୍ଗ ପାଇଁ ଉପଲବ୍ଧ ଅଟେ।

ସମ୍ବନ୍ଧିତ ଖବର