ହୋଟେଲର ଅଜବ ନୀତି : ଯେତିକି ଖାଇବେ ସେତିକି ମାଗନ୍ତୁ, ନଚେତ ଥାଳିରେ ଖାଦ୍ୟ ଛାଡିଲେ ଦେବାକୁ ପଡିବ ଜରିମାନା

ହୋଟେଲରେ ଖାଇବା ସମୟରେ ଖାଦ୍ୟ ଛାଡ଼ିଲେ ଦେବାକୁ ପଡ଼ିବ ଜରିମାନା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ହୋଟେଲ ଦିଲ୍ଲୀରେ ରହିଛି। ଯେଉଁଠି ରହିଛି ହୋଟେଲ ମାଲିକଙ୍କ କଟକଣା: ଯେତିକି ଖାଇବେ ସେତିକି ମାଗନ୍ତୁ, ନଚେତ୍ ଖାଇବା ଛାଡିଲେ ଦେବାକୁ ପଡିବ ଜରିମାନା।  ଏଭଳି ଏକ ନୀତି ଖାଦ୍ୟ ନଷ୍ଟ ନହେବା ପାଇଁ ବନାଇଛନ୍ତି ହୋଟେଲ ମାଲିକ।

ତେବେ ହୋଟେଲ ମାଲିକଙ୍କ ଏହି ନୀତି ତଥା ପ୍ରିନ୍ସପୁଲ ଅନ୍ନ ଦେବତାଙ୍କ ପାଇଁ ରଖାଯାଇଛି । ଦିଲ୍ଲୀର ଏକ ଷ୍ଟେସନ ନିକଟରେ ଥିବା ଗଜାନନ୍ଦ ଭୋଜନାଳୟର ମାଲିକ ହରିଶ ଧର୍ମାବତଙ୍କ ସଂପର୍କରେ । ପାଖାପାଖି ୩୫ ବର୍ଷ ପୂର୍ବରୁ ହରିଶ ନିଜ ବଡ ଭାଇ ଦେବୀଲାଲ ଧର୍ମାବତଙ୍କ ସହିତ ମିଶି ଏହି ଷ୍ଟେସନ ରୋଡର ଏକ ଗଳି ଭିତରେ ଶୁଦ୍ଧ ଶାକାହାରୀ ଭୋଜନାଳୟ ଚାଲୁ କରିଥିଲେ । ତାଙ୍କ ବଡ ଭାଇ ତ ଏବେ ଦୁନିଆରେ ନାହାଁନ୍ତି, ହେଲେ ତାଙ୍କର ବଡ ପୁଅ ଦିନେଶ ଧର୍ମାବତ ଅର୍ଥାତ୍ ଭଣଜା ସହିତ ମିଶି ହରିଶ ଭୋଜନାଳୟ ଚଳାଉଛନ୍ତି ।

ଏହି ହୋଟେଲର ନୀତି ହେଲା, ଆପଣ ଯେତିକି ଖାଇବେ ସେତିକି ହିଁ ମାଗନ୍ତୁ ବା ଅର୍ଡର କରନ୍ତୁ, ନଚେତ ଥାଳିରେ ଖାଦ୍ୟ ଛାଡିବା ଦ୍ୱାରା ଆପଣଙ୍କୁ ଜରିମାନା ରୂପରେ ୧୦ ଟଙ୍କା ଅଧିକ ଭରିବାକୁ ପଡିବ । ଏଥି ସହିତ ହିଁ ଥାଳିରେ ଛାଡିଥିବା ଖାଦ୍ୟ ବି ପୁଣି ଥରେ ଖାଇବାକୁ ହେବ । ହରିଶ ଅଧିକାଂଶ ସମୟରେ ଖାଦ୍ୟ ପରସିବା ବେଳେ ଗ୍ରାହକଙ୍କୁ କହି ଦେଇଥାନ୍ତି କି, ଆପଣ ଯେତିକି ଖାଇବେ ସେତିକି ହିଁ ଅର୍ଡର କରନ୍ତୁ ।

ଏହି ହୋଟେଲରେ ମାତ୍ର ୬୦ ଟଙ୍କାରେ ହିଁ ପେଟପୁରା ଖାଦ୍ୟ ମିଳିଥାଏ । ଯେଉଁଥିରେ ଭାତ, ଡାଲି , ଭଜା, ଲେମ୍ବୁ, ଆଚାର ଇତ୍ୟାଦି ସାମିଲ । ତେବେ ଏହି ହୋଟେଲର ନୀତି ଅନୁସାରେ, ଯଦି ଆପଣ ଖାଇ ସାରି ହାତ ବି ଧୋଇସାରିଥିବେ , ଆଉ ଏହି ସମୟରେ ହରିଶଙ୍କ ଆଖି ଆପଣ ଛାଡିଥିବା ଖାଦ୍ୟ ଥାଳି ଉପରେ ପଡିଯାଏ ତେବେ ଆପଣଙ୍କୁ ପୁଣି ଥରେ ଛାଡି ଥିବା ଖାଦ୍ୟକୁ ଖାଇ ସାରିବାକୁ ପଡିବ । ସେହିପରି ଯଦି ଆପଣଙ୍କ ଦ୍ୱାରା ଭୁଲ ହୋଇଯାଇଛି ଏବଂ ଆପଣଙ୍କର ବୁଲକୁଲ ବି ଭୋକ ନାହିଁ ତେବେ ଏଭଳି ପରିସ୍ଥିତିରେ ଉକ୍ତ ଛଡା ଖାଦ୍ୟକୁ ସୁରକ୍ଷିତ ରଖି ବୁଲା ପଶୁଙ୍କୁ ଖାଇବାକୁ ଦିଆଯିବ । ହେଲେ ଏଥିପାଇଁ ବି ଆପଣଙ୍କଠାରୁ ଜରିମାନା ବାବଦକୁ ଅଧିକ ୧୦ ଟଙ୍କା ନିଆଯିବ । ତେବେ ହରିଶ ଏହି ନୀତି ଖାଦ୍ୟ ନଷ୍ଟ ନହେବା ପାଇଁ ବନାଇଛନ୍ତି ।

ଅନ୍ନ ଦେବତାଙ୍କର ମହତ୍ୱକୁ ଲୋକଙ୍କୁ ବୁଝାଇବା ପାଇଁ ବନାଯାଇଥିବା ଏହି ନୀତି ଦ୍ୱାରା ଅନୁପ୍ରାଣିତ ଏହି ହୋଟେଲକୁ ପ୍ରତିଦିନ ବହୁ ସଂଖ୍ୟକ ଲୋକେ ଖାଇବାକୁ ଆସନ୍ତି । ଆଉ ହରିଶଙ୍କ ଏହି ନୀତିକୁ ବି ବେଶ୍ ସମ୍ମାନ କରନ୍ତି । ହରିଶଙ୍କ କଥାରେ, ଗ୍ରାହକମାନେ ତାଙ୍କ ଭାବନାକୁ ଭଲ ଭାବରେ ବୁଝନ୍ତି ଏବଂ ପୂରା ସହଯୋଗ ବି କରନ୍ତି । ସେହିପରି ଭୋଜନାଳୟରେ ବଳି ପଡିଥିବା ଖାଦ୍ୟକୁ ରାତି ସମୟରେ ଷ୍ଟେସନକୁ ଯାଇ ଗରିବଙ୍କ ମଧ୍ୟରେ ବାଂଟି ଦିଆଯାଇଥାଏ ।

ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏହି ଭୋଜନାଳୟରେ ଓଡିଶାର କୁଶଳ ତଥା ଭଲ ରୋଷେୟା ଖାଦ୍ୟ ପ୍ରସ୍ତୁତ କରନ୍ତି ।

ସମ୍ବନ୍ଧିତ ଖବର