ଚାକିରି ଛାଡ଼ି ଦିବ୍ୟାଙ୍ଗଙ୍କୁ ରୋଜଗାର ଦେବାକୁ ପଣ

ଛତିଶଗଡ଼ରେ ଏକ ସ୍ୱତନ୍ତ୍ର ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ମିନି ନାଏକ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। ହେଲେ ଦିବ୍ୟାଙ୍ଗମାନେ ପାଠପଢ଼ି ସାରିବା ପରେ ରୋଜଗାର ପାଉନଥିଲେ। ଏଣୁ ସେମାନଙ୍କୁ ରୋଜଗାର ଦେବାକୁ ଚିନ୍ତା କରି ବରଗଡ଼ ସହରରେ ଏକ ସୁନ୍ଦର କାଫେ ଖୋଲିଛନ୍ତି ମିନି। ଯେଉଁଠାରେ ଦିବ୍ୟାଙ୍ଗମାନେ ଚା’, କଫିଠାରୁ ଆରମ୍ଭ କରି ଗୁପ୍‌ଚୁପ୍‌, ଦହି ଗୁପ୍‌ଚୁପ୍‌, ଚ‌େକାଲେଟ୍‌, ଭେଲ୍‌ମୁଢ଼ି ସହ ବିଭିନ୍ନ ପ୍ରକାର ଖାଦ୍ୟ ନିଜେ ତିଆରି କରି ଗ୍ରାହକଙ୍କୁ ଯୋଗାଉଛନ୍ତି। ସବୁ କାମ ଦିବ୍ୟାଙ୍ଗମାନେ କରୁଥିବାବେଳେ ସେମାନଙ୍କୁ ମିନି ଓ ତାଙ୍କ ଜଣେ ସହଯୋଗୀ ଦୀପମାଳା ଶ୍ୟାମ ସହାୟତା ଯୋଗାଉଛନ୍ତି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ବାବେବିରା ଗାଁର ମିନି। ଗାଁ ସ୍କୁଲରେ ହାଇସ୍କୁଲ ପାଠ୍ୟକ୍ରମ ସାରିବା ପରେ ଉଚ୍ଚଶିକ୍ଷା ପାଇଁ ଛତିଶଗଡ଼ରେ ଡିପ୍ଲୋମା ଇନ୍‌ ଏଜୁକେସନ (ଏମ୍‌ଆର୍‌) ପାଠ ପଢ଼ିଥିଲେ। ଏହାପରେ ସେ ଛତିଶଗଡ଼ର ସାରଙ୍ଗଗଡ଼ଠାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ମିନି କହନ୍ତି, ଦରମା କମ୍‌ ମିଳୁଥିଲେ ବି ଦିବ୍ୟାଙ୍ଗଙ୍କୁ ପାଠ ପଢ଼ାଇ ବେଶ୍‌ ଖୁସି ଥିଲେ। ହେଲେ ପଢ଼ା ସରିବା ପରେ ସେମାନେ ରୋଜଗାର ପାଉନଥିବା ଚିନ୍ତା ମନରେ ଘାରିଥିଲା।

ଦରମା କମ୍‌ ମିଳୁଥିଲେ ବି ଦିବ୍ୟାଙ୍ଗଙ୍କୁ ପାଠପଢ଼ାଇ ବେଶ୍‌ ଖୁସି ଥିଲେ ମିନି। ହେଲେ ପଢ଼ା ସରିବା ପରେ ସେମାନେ ରୋଜଗାର ପାଉନଥିଲେ। ଜଣେ ଛାତ୍ର ରୋଜଗାର ନପାଇ ଆତ୍ମହତ୍ୟା କରିବା ଘଟଣା ନଜରକୁ ଆସିବା ପରେ କାଫେ ଖୋଲିବା ନେଇ ଚିନ୍ତା କରିଥିଲେ। ପ୍ରଥମେ ସେ ବାହାରି କିଛି ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଲେ ପରବର୍ତ୍ତୀ ସମୟରେ ଅନ୍ୟମାନେ ମଧ୍ୟ ସେମାନଙ୍କୁ ରୋଜଗାର ଦେବାକୁ ଚିନ୍ତା କରିବେ ବୋଲି ଆଶା ରଖିଛନ୍ତି ମିନି।

ଜଣେ ଛାତ୍ର ରୋଜଗାର ନପାଇ ଆତ୍ମହତ୍ୟା କରିବା ଭଳି ଘଟଣା ନଜରକୁ ଆସିବା ପରେ କାଫେ ଖୋଲିବା ପ‌ାଇଁ ଚିନ୍ତା କରିଥିଲେ। ପ୍ରଥମେ ସେ ବାହାରି କିଛି ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଲେ ପରବର୍ତ୍ତୀ ସମୟରେ ଅନ୍ୟମାନେ ମଧ୍ୟ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେବାକୁ ଚିନ୍ତା କରିବେ ବୋଲି ଆଶା ରଖିଥିଲେ। ବରଗଡ଼କୁ ଆସି ଗୋବିନ୍ଦପାଲି ଛକଠାରେ କାଫେ କରିବା ସ୍ଥାନ ନିରୂପଣ କରିବା ପରେ ୫ ଲକ୍ଷ ଟଙ୍କା ଋଣ କରିଥିଲେ। ଆଉ ସେ ଗତ ୧୦ ତାରିଖରୁ ତାଙ୍କ ମିନି ଫ୍ଲାଇଂ ଷ୍ଟାର୍‌ କାଫେ ଆରମ୍ଭ କରିଥିବା କହିଛନ୍ତି। କାଫେରେ ତିନି ଜଣ ଦିବ୍ୟାଙ୍ଗ (କଥା କହି ପାରୁନଥିବା କିମ୍ବା ଶୁଣି ପାରୁନଥିବା) ହଂସରାଜ ବନଛୋର, ଅଭୟ ଭୋଇ, ଦୀପମାଳା ଶ୍ୟାମ ସବୁ କାମ ନିଜେ ନିଜେ କରିପାରୁଛନ୍ତି। ଚା’, କଫି, ଖାଦ୍ୟ ସାମଗ୍ରୀ ତିଆରି କରୁଛନ୍ତି। ଗ୍ରାହକଙ୍କ ଟେବୁଲ ଯାଏ ପହଞ୍ଚାଇବା କାମ ମଧ୍ୟ କରିପାରୁଛନ୍ତି। କାଫେରେ ଗ୍ରାହକମାନେ ଯେମିତି ଅସୁବିଧାରେ ନପଡ଼ିବେ ସେସବୁ ବ୍ୟବସ୍ଥା ମଧ୍ୟ ଅଛି। ଲୋକେ କାଫେରେ ଖାଦ୍ୟ ଖାଇ ସନ୍ତୁଷ୍ଟ ହେଉଛନ୍ତି। ତେବେ ମିନିଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର