୧୮ ବର୍ଷୀୟ କିଶୋର ପରି ଦିଶିବାକୁ ଏହି ୪୫ ବର୍ଷୀୟ ବ୍ୟକ୍ତି ବର୍ଷକୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଜାଣନ୍ତି?

ନୂଆଦିଲ୍ଲୀ: ଫିଟ୍‌ନେସ୍‌ର ନିଶା ଆଜାକାଲି ପ୍ରାୟ ଅଧିକାଂଶ ଲୋକଙ୍କୁ ଘାରିଛି। ବୟସ ହୋଇଯିବା ସତ୍ତ୍ବେ ଯୁବା ଦେଖାଯିବାକୁ କିଏ ବା ଚାହେଁନା? ସମସ୍ତେ ନିଜକୁ ଫିଟ୍‌ ରଖିବାକୁ ଚାହାନ୍ତି। ଏଥିପାଇଁ ଅନେକ ଉପାୟ ବି ଆପଣାନ୍ତି। କିଛି ଲୋକ ଯୁବା ଦିଶିବା ପାଇଁ କସ୍‌ମେଟିକ୍‌ ସର୍ଜରୀର ବି ସହାୟତା ନିଅନ୍ତି। ମାତ୍ର ଜଣେ ୪୫ ବର୍ଷୀୟ କରୋଡ଼ପତି ୧୮ ବର୍ଷୀୟ କିଶୋରଙ୍କ ଭଳି ଦେଖାଯିବା ପାଇଁ ଅନେକ କିଛି କରିଛନ୍ତି।

ବ୍ଲୁମବର୍ଗ ଅନୁସାରେ, ବା‌େୟ‌ୋଟେକ୍‌ ଦୁନିଆର ଅଗ୍ରଣୀ ବ୍ୟକ୍ତିିତ୍ବ ବ୍ରାୟନ ଜନ୍‌ସନ୍‌ ନିଜକୁ ଯୁବା ଦେଖ‌ାଇବାକୁ ଏକ ଦାମୀ ଡାକ୍ତରି ଚିକିତ୍ସା ନେଉଛନ୍ତି। ଯାହାର ଦର ବର୍ଷକୁ ୨୦ ଲକ୍ଷ ଡଲାର। ସେ ଦାବି କରୁଛନ୍ତି ଯେ ତାଙ୍କ ଶରୀରରେ ଏକ ୧୮ ବର୍ଷୀୟ କିଶୋରଙ୍କ ଯକୃତ, ୩୭ ବର୍ଷୀୟ ଯୁବକଙ୍କ ମନ ଓ ୨୮ ବର୍ଷୀୟ ଯୁବକଙ୍କ ତ୍ବଚା ରହିଛି ।

ସୂଚନା ମୁତାବକ, ଜନ୍‌ସନ୍‌ ହେଉଛନ୍ତି ‌ଜଣେ ଅଲ୍‌ଟ୍ରାୱେଲ୍‌ଥ୍‌ ସଫ୍‌ଟୱେୟାର୍‌ ଉଦ୍ୟୋଗୀ। ଯାହାଙ୍କ ନିକଟରେ ୩୦ରୁ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି। ସେମାନେ ସମସ୍ତେ ଜନ୍‌ସନ୍‌ଙ୍କ ସ୍ବାସ୍ଥ୍ୟ ଉପରେ ତିକ୍ଷ୍ମ ନଜର ରଖିଥାନ୍ତି।

ମେଡିସନ୍‌ ଡକ୍ଟର ଓଲିଭର ଜୈଲମେନ୍‌ଙ୍କ ନେତୃତ୍ବରେ ଏକ ଟିମ୍‌ ଜନ୍‌ସନ୍‌ଙ୍କ ଶରୀରରେ ବୟସକୁ ବାନ୍ଧି ରଖିବା ପାଇଁ ସମସ୍ତ ସାମ୍ଭବ୍ୟ ଚେଷ୍ଟାରେ କାର୍ଯ୍ୟରତ।

ଜୈଲ୍‌ମନ ଓ ଜନ୍‌ସନ୍‌ ଦୀର୍ଘଆୟୁକୁ ନେଇ ବୈଜ୍ଞାନିକ ସାହିତ୍ୟ ଅଧ୍ୟୟନ କରୁଛନ୍ତି ଏବଂ ଯାହା ବି ଚିକିତ୍ସା ହୋଇପାରିବ ତାହା ଜନ୍‌ସନ୍‌ଙ୍କ ଉପରେ ପ୍ରୟୋଗ କରୁଛନ୍ତି। ପରିଣାମ କ’ଣ ହେଉଛି ସେ ଉପରେ ବି ସେମାନେ ତୀକ୍ଷ୍ମ ନଜର ରଖୁଛନ୍ତି।

ସମ୍ବନ୍ଧିତ ଖବର