ଭାରତୀୟ ହକି ଦଳର ନୂଆ ପୋଷାକ ଉନ୍ମୋଚିତ

ଭୁବନେଶ୍ବର: ଅଲିମ୍ପିକ୍‌ ଯୋଗ୍ୟତା ଲାଗି ଚଳିତ ମାସ ୬ରୁ ଭୁବନେଶ୍ବରରେ ପୁରୁଷ ଏବଂ ୧୫ ତାରିଖରୁ ଜାପାନ୍‌ର ହିରୋସିମାରେ ମହିଳା ହକି ସିରିଜ ଫାଇନାଲ୍ସ ଖେଳାଯିବ। ଏହା ପୂର୍ବରୁ ହକି ଇଣ୍ଡିଆ ଉଭୟ ପୁରୁଷ ଓ ମହିଳା ଦଳର ନୂଆ ପୋଷାକ ଉନ୍ମୋଚିତ କରିଛି। ଏହି ପୋଷାକକୁ ପ୍ରଥମେ ଉଭୟ ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ ଏବଂ ରାଣୀ ପିନ୍ଧି ଫଟୋ ଉଠାଇଥିଲେ। ପୋଷାକକୁ ଦଳର କିଟ୍‌ ସହଯୋଗୀ ପ୍ରାୟୋଜକ କମ୍ପାନି ଶିବ ନରେଶ ପ୍ରସ୍ତୁତି କରିଛି। ପୋଷାକ ନୀଳ ଏବଂ ଧଳା ଦୁଇଟି ରଙ୍ଗର ହୋଇଥିଲା ବେଳେ ହାତ ଓ କାନ୍ଧରେ ଭାରତୀୟ ଜାତୀୟ ପତାକାର ଚିହ୍ନ ରହିଛି। ସମ୍ମୁଖ ଭାଗରେ ଦଳର ମୁଖ୍ୟ ପ୍ରାୟୋଜକ ଓଡ଼ିଶାର ଲୋଗୋ ସହ ଭାରତ ଲେଖା ରହିଛି।

ସୂଚନାଯୋଗ୍ୟ, ଗତବର୍ଷ ଠାରୁ ପାଞ୍ଚ ବର୍ଷ ଲାଗି ଓଡ଼ିଶା ସରକାର ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହି ଆସିଛନ୍ତି। ଏହି କାରଣରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଯେଉଁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଲେ ମଧ୍ୟ ଓଡ଼ିଶା ପ୍ରତି ଖେଳାଳିଙ୍କ ଜର୍ସିରେ ସ୍ଥାନ ପାଇଆସୁଛି।

ସମ୍ବନ୍ଧିତ ଖବର