ଏଏଫ୍‌ସି ଇଣ୍ଟରଜୋନ୍ ପ୍ଲେ ଅଫ୍ ସେମିଫାଇନାଲ୍: ଓଡ଼ିଶା ଏଫ୍‌ସି ଅଭିଯାନ ଶେଷ

ଭୁବନେଶ୍ବର: ଏଏଫ୍‌ସି କପ୍‌ (୨୦୨୩-୨୪)ରେ ଓଡ଼ିଶା ଏଫ୍‌ସିର ଅଭିଯାନ ଶେଷ ହୋଇଛି। ଇ‌ଣ୍ଟରଜୋନ୍‌ ପ୍ଲେ ଅଫ୍‌ ସେମିଫାଇନାଲ୍‌ରେ ପହଞ୍ଚିଥିବା ଏହି ଦଳ ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍ କୋଷ୍ଟ୍‌ ମାରିନର୍ସଠୁ ହାରିଯାଇଛି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ପ୍ରଥମ ଲେଗ୍‌ରେ ଘରୋଇ ଦଳଠୁ ୦-୪ ଗୋଲ୍ ବ୍ୟବଧାନରେ ହାରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି। ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଲେଗ୍‌ ତଥା ପାଲଟା ମ୍ୟାଚ୍‌କୁ ଘରୋଇ ଦଳ ଓଡ଼ିଶା ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରଖିଥିଲେ ମଧ୍ୟ ଆଗକୁ ଯାଇ ପାରିନି। ପ୍ରଥମ ଲେଗ୍‌ ଜିତିଥିବା ସେଣ୍ଟ୍ରାଲ୍ କୋଷ୍ଟ୍‌ ମାରିନର୍ସ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି।ଗୁରୁବାର ଘରୋଇ ପଡ଼ିଆରେ ଖେଳୁଥିବାରୁ ଓଡ଼ିଶା ଏଫ୍‌ସି ଭଲ ଆରମ୍ଭ କରିଥିଲା। ହେଲେ ସେଣ୍ଟ୍ରାଲ୍ କୋଷ୍ଟ୍‌ ମାରିନର୍ସର ରକ୍ଷଣଭାଗକୁ ଭେଦ କରିପାରି ନଥିଲା। ଫଳରେ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେ‌ଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ‌ଗୋଲ୍‌‌ ଦେବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର