ନୂଆଦିଲ୍ଲୀ: ଓଡ଼ିଶାର ହକି ଖେଳାଳି ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରାଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ଲାଗି ମନୋନୀତ କରାଯାଇଥିବା ଚର୍ଚ୍ଚାକୁ ଆସିଛି । ଅର୍ଜୁନ ପୁରସ୍କାର ଲାଗି ଯେଉଁ ୩୫ଜଣ କ୍ରୀଡ଼ାବିତଙ୍କ ନାମ ସୁପାରିସ କରାଯାଇଛି, ସେ ମଧ୍ୟରେ ଦେଶକୁ ପ୍ରତିନିଧିତ୍ବ କରିଥିବା ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ରହିଥିବା କୁହାଯାଉଛି। ଏଯାବତ୍ ଏ ନେଇ ଆଧିକାରୀକ ଭାବେ ଘୋଷଣା ହୋଇନାହିଁ, ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ କେତେକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ‘ଫାଷ୍ଟସ୍ପୋର୍ଟଜ୍’ ୱେବାଇଟ ପକ୍ଷରୁ ଟୁଇଟ କରି ପ୍ରକାଶ କରାଯାଇଛି କି ଅଲିମ୍ପିକ୍ସ ପଦକ ଜିଣିଥିବା ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କୁ ଅର୍ଜୁନ ପୁରସ୍କାର ଲାଗି ମନୋନୀତ କରାଯାଇଛି। ତେବେ ଗୋଲକିପର ପିଆର୍ ଶ୍ରୀଜେସ୍ ଓ ଅଧିନାୟକ ମନପ୍ରୀତ ସିଂଙ୍କ ନାମ ତାଲିକାରେ ନାହିଁ କାରଣ ସେମାନେ ପୂର୍ବରୁ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି।
Many Many Congratulations to All the Arjuna Awardees 🇮🇳 🙌#ArjunaAward#ArjunaAwardees#IndianAthletes#india#athletics#Championspic.twitter.com/TTjQZulT38
— FirstSportz (@SportzFirst) October 28, 2021
ବର୍ଷ ୨୦୨୧ରେ ୧୧ଜଣ ଖେଳାଳିଙ୍କୁ ‘ମେଜର୍ ଧ୍ୟାନଚନ୍ଦ୍ ଖେଳରତ୍ନ’ ଏବଂ ୩୫ଜଣ ଖେଳାଳିଙ୍କୁ ‘ଅର୍ଜୁନ ପୁରସ୍କାର’ ନିମନ୍ତେ ଚୟନ କରାଯାଇଛି। ଜାତୀୟ ଗଣମାଧ୍ୟମ ଅନୁସାରେ ଯୋଗେଶ କଥୁନିୟା (ଡିସ୍କସ୍ ଥ୍ରୋ), ନିଷାଦ୍ କୁମାର (ଉଚ୍ଚ ଡିଆଁ), ପ୍ରବୀଣ କୁମାର (ଉଚ୍ଚ ଡିଆଁ), ଶରଦ କୁମାର (ଉଚ୍ଚ ଡିଆଁ), ସୁହାସ ଏଲ୍ବାଇ (ବ୍ୟାଡ୍ମିଣ୍ଟନ୍), ସିଂହରାଜ ଅଧାନା (ବନ୍ଧୁକ ଚାଳନା), ଭାବନା ପଟେଲ୍ (ଟେବୁଲ୍ ଟେନିସ୍), ହରବିନ୍ଦର ସିଂହ (ତୀରନ୍ଦାଜୀ), ଶିଖର ଧଓ୍ଵନ୍ (କ୍ରିକେଟ୍), ଲଳିତ କୁମାର ଉପାଧ୍ୟାୟ (ହକି), ମନଦୀପ ସିଂହ (ହକି), ବରୁଣ କୁମାର (ହକି), ସିମରନଜୀତ ସିଂହ (ହକି), ରୁପିନ୍ଦର ପାଲ୍ ସିଂହ (ହକି), ସୁରେନ୍ଦର କୁମାର (ହକି),ବୀରେନ୍ଦ୍ର ଲାକ୍ରା (ହକି), ବିବେକ ସାଗର ପ୍ରସାଦ (ହକି), ନୀଳକଣ୍ଠ ଶର୍ମା (ହକି), ସୁମିତ (ହକି), ଶାମଶେର୍ ସିଂହ (ହକି), ଦିଲ୍ପ୍ରୀତସିଂହ (ହକି), ଗୁରଜନ୍ତ ସିଂ (ହକି), ସିମରନ୍ ଜୀତ୍ କୌର (ମୁଷ୍ଟିଯୁଦ୍ଧ), ସିଏ ଭବାନୀ ଦେବୀ (ଖଣ୍ଡାଚାଳନା), ମୋନିକା ଦହିୟା (ହକି), ବନ୍ଦା କଟାରିୟା (ହକି), ସନ୍ଦୀପ ନରଓ୍ଵାଲ୍ (କବାଡ଼ି), ହିମାନି ପରବ (ମଲ୍ଲଖମ୍ବ), ଅଭିଷେକ ବର୍ମା (ସୁଟିଙ୍ଗ୍), ଅଙ୍କିତା ରୈନା (ଟେନିସ୍), ଦୀପକ ପୁନିଆ (କୁସ୍ତି) ଓ ହର୍ମାନପ୍ରୀତ୍ ସିଂହ (ହକି)ଙ୍କ ନାମ ‘ଅର୍ଜୁନ ପୁରସ୍କାର’ ଲାଗି ସୁପାରିସ କରାଯାଇଛି। ଏ ନେଇ ବିଧିବଦ୍ଧ ଘୋଷଣା ପରେ କରାଯିବ।
Amit Rohidas and Birendra Lakra
ସେହିପରି ‘ଖେଳରତ୍ନ ପୁରସ୍କାର-୨୦୨୧’ ତାଲିକାରେ ରହିଛନ୍ତି ନୀରଜ ଚୋପ୍ରା (ଆଥ୍ଲେଟିକ୍), ରବି ଦହିୟା (କୁସ୍ତି), ପି.ଆର୍. ଶ୍ରୀଜେସ୍ (ହକି), ଲଭ୍ଲୀନା ବୋର୍ଗେହେନ୍ (ମୁଷ୍ଟିଯୁଦ୍ଧ), ସୁନୀଲ ଛେତ୍ରୀ (ଫୁଟ୍ବଲ୍), ମିତାଲି ରାଜ୍ (କ୍ରିକେଟ୍), ପ୍ରମୋଦ ଭଗତ (ବ୍ୟାଡ୍ମିଣ୍ଟନ୍), ସୁମିତ ଅନ୍ତିଲ (ଆଥ୍ଲେଟିକ୍ସ୍), ଅବନି ଲେଖଡ଼ା (ସୁଟିଙ୍ଗ୍), କୃଷ୍ଣା ନାଗର (ବ୍ୟାଡ୍ମିଣ୍ଟନ୍) ଓ ମନୀଷ ନରଓ୍ଵାଲ୍ (ବନ୍ଧୁକ ଚାଳନା)।
Congratulate #Odisha's ace shuttler and #Tokyo2020 Paralympics Gold medalist @PramodBhagat83 on being recommended for the Major Dhyanchand #KhelRatnaAward. May you achieve bigger milestones in your sporting career and continue to make Odisha and the entire nation proud.
— Naveen Patnaik (@Naveen_Odisha) October 28, 2021
ମେଜର୍ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ବିବେଚିତ ଓଡ଼ିଶାର ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡ଼ା କ୍ୟାରିୟର୍ରେ ବଡ଼ ବଡ଼ କୃତ୍ୱିତ୍ୱ ହାସଲ କରି ସେ ଓଡ଼ିଶା ଓ ସମଗ୍ର ଦେଶକୁ ଗୌରବାନ୍ଵିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।