ଆଇପିଏଲ: ଗୁଜରାଟକୁ ୨୭ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୭ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ୨୭ ରନରେ ମୁମ୍ବାଇ ଇଣ୍ଡିଆନ ପରାସ୍ତ କରିଛି। ମୁମ୍ବାଇର ୨୧୯ରନର ଟାର୍ଗେଟକୁ ପିଛା କରି ଗୁଜରାଟ ୧୯୧ ରନ କରିବାରେ ସକ୍ଷମ ହୋଇଛି। ଗୁଜରାଟର ୱିକେଟ ରକ୍ଷକ ରିଦ୍ଧିମାନ ସାହ ଓ ସୁବମନ ଗିଲି ଓପନିଂ କରିଥିଲେ ବି ଭଲ ଆରମ୍ଭ କରିପାରିନଥିଲେ। ରିଦ୍ଧିମାନ ସାହ ୨ ରନ କରି ଆଉଟ ହୋଇଥିବାବେଳେ ସୁବମନ ୬, ହାର୍ଦ୍ଧିକ ପାଣ୍ଡ୍ୟା ୪, ବିଜୟ ଶଙ୍କର ୨୯, ଡେଭିଡ ମିଲର ୪୧, ଅଭିନବ ‌ମନୋହର ୨, ରାହୁଲ ତେୱତିଆ ୧୪ ଓ ନୁର ଅହମ୍ମଦ ୧ରନ କରି ଆଉଟ ହୋଇଯାଇଥିଲେ। ରସିଦ ଖାନ ୩୨ ବଲରେ ୭୯ ରନ ଓ ଆଲଜାରି ଜୋସେପ ୭ ରନ କରି ଶେଷ ପର୍ଯ୍ୟନ୍ତ ଥିଲେ ବି ଦଳକୁ ଜିତାଇ ପାରିନଥିଲେ। ମୁମ୍ବାଇ ପକ୍ଷରୁ ଆକାଶ ମଧୱାଳ ୩, ଜାସନ ବେହରନଡ୍ରଫ ଗୋଟଏ  ୱିକେଟ ନେଇଥିବାବେଳେ ପିୟୁସ ଚାୱାଲା ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଗୁଜରାଟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୨୯ରନ ଓ ଇଶାନ ୩୧ରନ କରିଥିଲେ । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଆଜି ନିଜର ପୁରୁଣା ଫର୍ମ ଫେରି ପାଇବା ସହ ନିଜ ବିସ୍ଫୋରକ ବ୍ୟାଟିଂର ଚମକ ଦେଖାଇଥିଲେ । ସେ ମାତ୍ର ୪୯ଟି ବଲରୁ ୬ଟି ଛକା ଓ ୧୧ଟି ଚୌକା ସହ ୧୦୩ରନ କରିଥିଲେ । ବିଷ୍ଣ ବିନୋଦ ୩୦ ରନ କରିଥିଲେ । ଗୁଜରାଟ ପକ୍ଷରୁ ରସିଦ ଖାଁ ୪ଟି ଓ୍ବିକେଟ ନେଇଥିବାବେଳେ ମୋହିତ ଶର୍ମା ୧ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର