୧.୩୦ ଲକ୍ଷ ଲୋକଙ୍କୁ ଚୁପ କରାଇଦେଲେ ପାଟ୍ କମିନ୍ସ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ବକପର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ମ୍ୟାଚର ଦିନକ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ କହିଥିଲେ ଯେ ଷ୍ଟାଡିୟମର ଲକ୍ଷାଧିକ ଦର୍ଶନ ନିଶ୍ଚିତଭାବେ ଏକପାଖିଆ ଭାବେ ଭାରତକୁ ସମର୍ଥନ କରିବେ । କିନ୍ତୁ ଏପରି ଦର୍ଶକମାନଙ୍କୁ ଚୁପ କରାଇବାଠାରୁ ବଳି ଆତ୍ମସନ୍ତୋଷ ଆଉ କିଛି ନାହିଁ । ଅର୍ଥାତ୍ ସେ କହିଥିଲେ ଯେ ଫାଇନାଲ ଦିନ ସେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସିଥିବା ୧ ଲକ୍ଷ ୩୦ ହଜାରରୁ ଅଧିକ ଦର୍ଶକକୁ ଚୁପ କରାଇଦେବେ ।

ନିଜର ଏହି କଥାକୁ କାମରେ କରି ଦେଖାଇଛନ୍ତି କମିନ୍ସ । ଆଜି ଫାଇନାଲରେ ସେ ବିରାଟ କୋହଲିଙ୍କୁ ବୋଲଡ କରିବା ସମୟରେ ସମଗ୍ର ଷ୍ଟାଡିୟମରେ ନୀରବତା ବ୍ୟାପିଯାଇଥିଲା । ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ଥିଲେ ବି କାହା ପାଟିରୁ କଥା ବାହାରି ନଥିଲା । କାରଣ ଭାରତ ପୂର୍ବରୁ ୩ଟି ଓ୍ବିକେଟ ହରାଇ ସାରିଥିଲା ଓ ବିରାଟ ୫୦ ରନ କରି ସେଟ୍ ହୋଇସାରିଥିଲେ । ଏହି ସମୟରେ ସେ କମିନ୍ସଙ୍କ ଏକ ବଲକୁ ଖେ​ଳିବାକୁ ଯାଇ ପ୍ଲେଡ୍-ଅନ ହୋଇଯାଇଥିଲେ । ଏହା ଦେଖି ଭାରତୀୟ ଦଳ ଆଉ ଟିକେ ବିପଦ ମଧ୍ୟକୁ ଠେଲି ହୋଇଯାଇଥିଲା । ବିରାଟଙ୍କୁ ଆଉଟ କରିବା ପୂର୍ବରୁ କମିନ୍ସ  ଶ୍ରେୟସ ଆୟରଙ୍କୁ ମଧ୍ୟ ଆଉଟ କରିଥିଲେ ।

 

 

ସମ୍ବନ୍ଧିତ ଖବର