ସିଲି ପଏଣ୍ଟ: ରାୟୁଡ଼ୁଙ୍କ ୟୁ ଟର୍ଣ୍ଣ

ଚେନ୍ନାଇ : ପୂର୍ବତନ ଭାରତୀୟ ବ୍ୟାଟର୍‌ ଅମ୍ବାତି ରାୟୁଡ଼ୁ ବ୍ୟକ୍ତିଗତ କାରଣରୁ ଆମେରିକାରେ ହେବାକୁ ଥିବା ପ୍ରଥମ ମେଜର ଲିଗ୍‌ କ୍ରିକେଟ୍‌ (ଏମ୍‌ଏଲ୍‌ସି)ରୁ ଓହରି ଯାଇଛନ୍ତି। ଗତ ମାସରେ ଆଇପିଏଲ୍‌ରୁ ଅବସର ନେବା ପରେପରେ ରାୟୁଡ଼ୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ସହଯୋଗୀ ଫ୍ରାଞ୍ଚାଇଜ୍‌ ‌ଟେକ୍ସାସ ସୁପର କିଙ୍ଗ୍ସ ସହ ଚୁକ୍ତି କରିଥିଲେ। ‘‘ବ୍ୟକ୍ତିଗତ କାରଣରୁ ଅମ୍ବାତି ରାୟୁଡ଼ି ଏମ୍‌ଏଲ୍‌ସିର ପ୍ରଥମ ସଂସ୍କରଣରେ ଟେକ୍ସାସ ସୁପର କିଙ୍ଗ୍ସରୁ ଅଂଶଗ୍ରହଣ କରିବେନି’’ ବୋଲି ଟେକ୍ସାସ ସୁପର କିଙ୍ଗ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଏମ୍‌ଏଲ୍‌ସି ଆମେରିକାରେ ଚଳିତ ମାସ ୧୩ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ, ସିଏସ୍‌କେ ଓ ମୁମ୍ବାଇ ଇଣ୍ଡିଆନ୍ସର ନିଜସ୍ବ ଦଳ ଭାଗ ନେଉଛନ୍ତି। ଆଇପିଏଲ୍ ଫାଇନାଲ୍ ପରେ ପରେ ଅବସର ଘୋଷଣା କରିଥିବା ରାୟୁଡୁ ମଧ୍ୟ ତେଲେଙ୍ଗାନା ରାଜନୀତିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର