ସାପ କାମୁଡ଼ାରେ ଯୁବକ ମୃତ

ତେଲକୋଇ : ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ଗ୍ରାମ ପାତ୍ରସାହିରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗ୍ରାମର କଦଳୀ ପାତ୍ରଙ୍କ ପୁଅ କାଳିଆ ପାତ୍ର(୨୫)।

ଗତକାଲି ରାତିରେ କାଳିଆ ଘରେ ଶୋଇଥିଲେ। ତେବେ ସକାଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ତେବେ ବିଷାକ୍ତ ସାପ କାମୁଡ଼ାରେ କାଳିଆର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର