କେନାଲ ଭିତରକୁ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୦ ଆହତ, ୨ ଗୁରୁତର

ଚାରିଛକ : ଆଜି ଚାରିଛକ ନିକଟସ୍ଥ ତୁଳସୀପୁରଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ନେଇ କୁଣ୍ଡେଇ ମାଇନର୍‌ କେନାଲ ବନ୍ଧରେ ଯାଉଥିବା ସମୟରେ ସ୍ଥାନୀୟ ଓଡ଼ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ୍‌ କେନାଲ ଭିତରକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର୍‌ ସମେତ ୧୦ ଜଣ ପିଲା ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସୂଚନା ଅନୁଯାୟୀ, ଆଜି (ଓଆର୍‌୧୩-ଏଫ୍‌-୮୦୭୯) ନମ୍ବର ଟାଟା ମ୍ୟାଜିକ୍‌ ଗାଡ଼ିଟି ୧୭ଜଣ ପିଲାଙ୍କୁ ନେଇ ତୁଳସୀପୁରଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଯାଉଥିଲା। ତେବେ କୁଣ୍ଡେଇ ମାଇନର୍‌ କେନାଲ ବନ୍ଧର ଓଡ଼ଗାଁ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି କେନାଲ ଭିତରକୁ ଓଲଟି ପଡ଼ିଥିଲା। ଫଳରେ ଚାଳକଙ୍କ ସମେତ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପିଲାମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ୯ ଜଣଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ମାତ୍ର ସାଇ ସ୍ମୃତି ଜେନା ଓ ଚାଳକ ମିଲୁ ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର