ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ଗୀତନାଚରେ ଝୁମିଲେ ୧୫ ହଜାର ଛାତ୍ରଛାତ୍ରୀ

ପାଠ ପଢ଼ିବା ସହ ଖେଳକୁଦ, କଳାରେ ନିଜକୁ ଅନ୍ତର୍ଭୁକ୍ତ କରନ୍ତୁ ଛାତ୍ରଛାତ୍ରୀ: ମନ୍ତ୍ରୀ

ରାୟଗଡ଼ା: ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସ୍ଥାନୀୟ ଜିଆଇସିଆର ପଡ଼ିଆରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଓଡ଼ିଆ ସିନେ ତାରକା ବାବୁସାନ ମହାନ୍ତି ଛାତ୍ରଛାତ୍ରୀଙ୍କୁ ନାଚଗୀତରେ ଝୁମାଇଥିଲେ। ତାଂକର ଉପସ୍ଥିତି ଯୁବ ଛାତ୍ରଛାତ୍ରୀଙ୍କୁ ବାନ୍ଧି ରଖିଥିଲା। ବିଭିନ୍ନ ଅଂଚଳରୁ ଆସିଥିବା କଳାକାରମାନେ ନିଜର କଳା ପ୍ରଦର୍ଶନ କରିଥିଲେ। ନାଚଗୀତରେ ମଞ୍ଚ ଦୁଲୁକିଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର ଏବଂ ତାଂକ ଟିମ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମରେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଛାତ୍ରଛାତ୍ରୀଙ୍କ କଳା ଓ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି। ପାଠ ପଢ଼ିବା ସହ ଖେଳକୁଦ ଓ କଳାରେ ନିଜକୁ ଅନ୍ତର୍ଭୁକ୍ତ କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସହଯୋଗରେ ସମସ୍ତ ଛାତ୍ରଛାତ୍ରୀ ଖୁସି ତ ବୋଲି ପଚାରିଥିଲେ। ପିଲାମାନେ ସମସ୍ତେ ଏକା ସ୍ବରରେ ଖୁସି ବୋଲି କହିଥିଲେ। ତେବେ ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଆଭାସି ମାଧ୍ୟମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପିଲାମାନଙ୍କୁ ଭବିଷ୍ୟତ ଗଢିବାର ମୂଳମନ୍ତ୍ର ପ୍ରଦାନ କରିଥିଲେ। କିପରି ପିଲାମନେ ଆଗକୁ ବଢିବେ ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କ ପାଇଁ କି କି ଯୋଜନା କରିଛନ୍ତି ସବୁ ବଖାଣିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁମଣି ଗମାଙ୍ଗ, ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ବିଜୁ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଓବିସି ଉପଦେଷ୍ଟା ପୃଥୀରାଜ ସାହୁ, ଜିଲା ସଂଜଯୋକ ଗୌରୀ ଶଂକର, ଜିଲ୍ଲାପାଳ ସ୍ବଧାଦେବ ସିଂ ପ୍ରମୁଖ ଯୋଗ ଦେଇଥିଲେ।

 

 

ସମ୍ବନ୍ଧିତ ଖବର