କୁକୁର କାମୁଡ଼ାରେ ୨୦ ଆହତ

ସିଂହପୁର : ବିଂଝାରପୁର ଥାନା ତଥା ଜରୀ ଫାଣ୍ତି ଅନ୍ତର୍ଗତ ଜରୀ ସାହାଣି ସାହିର ଜନୈକ ବ୍ୟକ୍ତିଙ୍କ ପୋଷା କୁକୁର ଏବେ ଆତଙ୍କ ସୃଷ୍ଟି କରିଛି। ଏହି କୁକୁରଟି ସ୍ଥାନୀୟ ଅଞ୍ଚଳର ୨୦ ଜଣ ଲୋକଙ୍କୁ କାମୁଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସାହିରେ ଉତ୍ତେଜନା ସୃଷ୍ଟି ହୋଇଛି। ଏନେଇ ସାହି ଲୋକଙ୍କର କୁକୁର ମାଲିକଙ୍କ ସହ ବିବାଦ ସୃଷ୍ଟି ହୋଇଛି। ଲୋକମାନେ ଏନେଇ ଜରୀ ଫାଣ୍ଡିରେ ଅଭିଯୋଗ କରିଥିବା ବ‌େଳେ ତାଙ୍କ କୁକୁର କାହାକୁ କାମୁଡ଼ି ନାହିଁ ବୋଲି କୁକୁର ମାଲିକ ଦାବି କରୁଛନ୍ତି।

ଅନ୍ୟପକ୍ଷରେ କୁକୁର କାମୁଡ଼ାରେ ଆହତ ଲୋକମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଏସମ୍ପର୍କରେ ଜରୀ ଫାଣ୍ଡି ଅଧିକାରୀ ଅମୂଲ୍ୟ ମିଶ୍ରଙ୍କୁ ପଚାରିବାରୁ, କାମୁଡ଼ା କୁକୁରଟି ତାଙ୍କର ନୁହେଁ ବୋଲି ସମ୍ପୃକ୍ତ ବ୍ୟକ୍ତି କହିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର