ରାଜୁଆ ନଦୀରେ ୪୦ ଫୁଟର ଘାଇ

ରାଜୁଆ ନଦୀରେ ୪୦ ଫୁଟର ଘାଇ

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ରାଜୁଆ, ମକରା ଓ ମଲାଗୁଣି ନଦୀ ପାଶ୍ୱର୍ସ୍ଥ ୩ ପଂଚାୟତର ୧୦ରୁ ୧୨ ଗାଁ ପ୍ରଭାବିତ ହୋଇଥିବା ବେଳେ ଆଜି ରାତିରେ ରାଜୁଆ ନଦୀରେ ସୃଷ୍ଟି ହୋଇଥିବା ଘାଇ ଅଧିକ ଗାଁକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାନୁସାରେ, ରାତି ପ୍ରାୟ ସାଢ଼େ ୮ଟା ବେଳେ ରାଜୁଆ ନଦୀର ଦକ୍ଷୀଣ ପାଶ୍ୱର୍ସ୍ଥ ତିରିମଲ-ହଳଦିଆପଡ଼ା ଠାରେ ଘାଇ ସୃଷ୍ଟି ହୋଇଥିଲା । ପାଣି ଆଖପାଖ ଅଂଚଳର ଚାଷ ଜମିକୁ ପଶିବା ଦେଖି ଲୋକମାନେ ପହଂଚିବା ବେଳେ ଘାଇର ଆକାର ବୃଦ୍ଧି ପାଇଥିଲା । ନିଜିଗଡ଼ ତାପଙ୍ଗ ଗାଁ ଲୋକଙ୍କ କହିବାନୁସାରେ ସାଢ଼େ ୯ଟା ବେଳକୁ ଘାଇ ୪୦ରୁ ୫୦ଫୁଟ ହୋଇଥିବା ଅନୁମାନ କରାଯାଉଛି । ଫଳରେ ଦକ୍ଷିଣ ପାଶ୍ୱର୍ରେ ଥିବା ନିଜିଗଡ଼ ତାପଙ୍ଗ, ଧଉଳିମୁହଁ, ସର୍ଦ୍ଧାପୁର, ଛତିପୁର ଆଦିର ଶତାଧିକ ଚାଷଜମି ଜଳମଗ୍ନ ହେବା ସମ୍ଭାବନା ରହିଛି । କେବଳ ଏହାନୁହେଁ ଯଦି ଘାଇର ଆକାର ବୃଦ୍ଧି ପାଏ ତେବେ ଅଣ୍ଡ-ମନ୍ଦାରବସ୍ତ ରାସ୍ତାରେ ୩-୪ଫୁଟର ପାଣି ଚାଲିବା ସହ ଖୋର୍ଦ୍ଧା ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି । ୨୦୧୯ରେ ମଧ୍ୟ ଅନୁରୂପ ଭାବେ ସେହି ସ୍ଥାନରେ ଏକ ଘାଇ ସୃଷ୍ଟି ହୋଇଥିଲା ଫଳରେ ଆଖପାଖର ଅନେକ ଅଂଚଳ ୭-୮ ଦିନ ଧରି ଜଳଘେରରେ ରହିଥିଲା ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ସହ ସେ ନିଜେ ଘାଇ ନିକଟରେ ଅଛନ୍ତି । ପ୍ରାୟ ୨ଶହ ଗାଁ ଲୋକଙ୍କୁ ନେଇ ବାଲିବସ୍ତା ପକାଇ ଘାଇ ବନ୍ଦ କରିବାର ବ୍ୟବସ୍ଥା କରୁଛନ୍ତି ।

ସମ୍ବନ୍ଧିତ ଖବର