ଆଶାକର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର : ସିଟୁ ନେତୃତ୍ବରେ ୨୧ ତାରିଖରୁ ଲୋୟର୍‌ ପିଏମ୍‌ଜିରେ ଚାଲିଥିବା ଆଶାକର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତଙ୍କ ସହ ସଂଗଠନର ୭ଜଣିଆ ଏକ ପ୍ରତିନିଧିଦଳ ୨୦ ଦଫା ଦାବି ସଂପର୍କରେ ଆଲୋଚନା କରିଥିଲେ। ଦାବି ପୂରଣ ନେଇ ଶ୍ରୀମତୀ ପଣ୍ଡିତ ପ୍ରତିଶ୍ରୁତି ଦେବା ପରେ ଆଶାକର୍ମୀମାନେ ଧାରଣାରୁ ଓହରି ଯାଇଥିଲେ। ମାସିକ ପ୍ରୋତ୍ସ‌ାହନ ରାଶିକୁ ସୁନିଶ୍ଚିତ କରିବା, ମୃତ୍ୟୁ ଓ ଅବସରକାଳୀନ ସହାୟତା ରାଶିକୁ ବୃଦ୍ଧି କରିବା, ପୂର୍ବ ପ୍ରତିଶ୍ରୁତି ଅନୁସାରେ କଂଟିଜେନିସି ପାଣ୍ଠି ୧୦ ହଜାର ଟଙ୍କା ଆଶାକର୍ମୀଙ୍କୁ ତୁରନ୍ତ ଦେବା, ଯେଉଁ ଆଶାକର୍ମୀମାନେ ପ୍ରଧାନମନ୍ତ୍ରୀ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନଙ୍କ ପାଇଁ ବିକଳ୍ପ ପେନସନ ଯୋଜନା ତିନି ମାସ ମଧ୍ୟରେ ଲାଗୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ସଭାପତି ଲୋଭାକାନ୍ତ ସ୍ବାଇଁ, ସିଟୁର ବରିଷ୍ଠ କର୍ମକର୍ତ୍ତା ବିଷ୍ଣୁ ମହାନ୍ତି, ରାଧାରମଣ ଷଡ଼ଙ୍ଗୀ, ଶକୁନ୍ତଳା ମହାକୁଡ଼, ସୁରେଶ ସ୍ବାଇଁ, ପୁଷ୍ପା ଦାସ, ରମେଶ ଜେନା, ସୁରେଶ ରାଉତରାୟ, ପ୍ରଦୀପ ନାୟକ, ପ୍ରଭାତ ପାଣିଗ୍ରାହୀ, ଆଶାକର୍ମୀ ନଳିନୀ ସାହୁ, ରେବତୀ ପରିଡ଼ା, ନଳିନୀ ଦାସ, ସୁନିତା ସିଂ, ରୀନା ନାୟକ, ଲକ୍ଷ୍ମୀପ୍ରିୟା ମହାପାତ୍ର, ବନବାସିନୀ ମହାପାତ୍ର, ଗୋପଲକ୍ଷ୍ମୀ ଠାକୁର, ମୀନା ବେହେରା, ଶାନ୍ତିଲତା ଦାସ ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର