ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ଉଡ଼ିଲା ବିଜେଡି ପତାକା

ସୁନ୍ଦରଗଡ଼, ୫-ଟି ଅଧ୍ଯକ୍ଷ ଭିକେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ଲାଗିଲା ବିଜେଡି ପତାକା। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ୩ ଓ ୪ ତାରିଖ ଦୁଇଦିନ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି। ୩ ତାରିଖରେ ସେ ସୁନ୍ଦରଗଡ ସଦର ନିର୍ବାଚନମଣ୍ଡଳୀର କିରେଇ ସ୍ଥିତ ଇଂଜିନିୟରିଂ କଲେଜ ପଡ଼ିଆରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତା’ପରେ ସେ ତଲସରା ନିର୍ବାଚନମଣ୍ଡଳୀର ବାଲିଶଙ୍କରା ରାଜା ବଙ୍ଗଳା ପଡ଼ିଅ।ରେ ସାଧାରଣ ସଭାରେ ଯୋଗଦେବେ। ସେଠାରୁ ବାହାରି ସେ ସୁନ୍ଦରଗଡ ଫେରିବେ।

ସାର୍କିଟ୍‌ରେ ହାଉସରେ ରାତିରେ ରହିବେ। ତା’ପର ଦିନ ଅର୍ଥାତ ୪ ତାରିଖରେ ପାଣ୍ଡିଆନ୍‌ ସମଲେଶ୍ଵରୀ ମନ୍ଦିର ଯାଇ ଦର୍ଶନ କରିବେ। ସେଠାରୁ ସେ ରାଜଗାଙ୍ଗପୁର ଯିବେ। ସେଠାରେ ସଭା ସରିବା ପରେ ରାଜଗାଙ୍ଗପୁର, ନୂଆଗାଁ, ବଣାଇ ଯିବାର କାର୍ଯ୍ୟକ୍ରମ ରହିଛି। ଏସ୍ଥିତିରେ ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ବିଜୁ ଜନତା ଦଳର ପତାକା ଲାଗିଥବା ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ଯଜନକ କହିଛନ୍ତି। ଜଣେ ଜିଲ୍ଲାପାଳଙ୍କ ବାସ ଭବନ ପାଚେରିରେ ଦଳୀୟ ପତାକା ଲାଗିବା ଘଟଣା ପ୍ରମାଣିତ କରୁଛି, ସରକାରୀ ଅଫିସରମାନେ ବିଜେଡିର ଦଳୀୟ କର୍ମୀ ସାଜିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର