ଶ୍ରୀମନ୍ଦିରରେ ସ୍ଥଳସେନା କେନ୍ଦ୍ରୀୟ କମାଣ୍ଡର

ପୁରୀ : ଭାରତୀୟ ସ୍ଥଳସେନା କେନ୍ଦ୍ରୀୟ କମାଣ୍ଡର୍‌ ଇକ୍‌ରୁପ ଗୁମାନ ସିଂହ ଆଜି ସପତ୍ନୀକ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଉପଲକ୍ଷେ ଆଜି ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରୀ ସିଂହ ଆଜି ହେଲିକପ୍ଟର୍‌ ଯୋଗେ ତାଳବଣିଆସ୍ଥିତ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ତାଙ୍କୁ ସର୍କିଟ୍ ହାଉସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା। ସେଠାରେ ଶ୍ରୀ ସିଂହ ସେନା ପୋଷାକ ପରିବର୍ତ୍ତନ କରି ସାଦା ପୋଷାକରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସାଙ୍ଗରେ ତାଙ୍କ ଧର୍ମପତ୍ନୀ ବି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ସେ ପୁନର୍ବାର ଫେରି ଯାଇଛନ୍ତି।

ସମ୍ବନ୍ଧିତ ଖବର