ଋଣ କିସ୍ତି ଟଙ୍କାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ, ଥାନାରେ ଅଭିଯୋଗ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲଵାହାଲି ଗ୍ରାମରେ ଋଣ କରିଥିବା ଏକ ମୋବାଇଲର ବକେୟା ଟଙ୍କା ମାଗିବାରୁ ଗଣ୍ଡଗୋଳ ଘଟି ଅନେକ ପୁରୁଷ ଓ ମହିଳା ଆହତ ହୋଇଥିବା ନେଇ ଆଜି ମନମୁଣ୍ଡା ଥାନାରେ ଆହତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ମହୁଲବାହାଲି ଗ୍ରାମର ସୁନ୍ଦର ଭୋଇ ସେହି ଗ୍ରାମର ଶିବାନନ୍ଦ ସାହୁଙ୍କ ପାଇଁ ଏକ ମୋବାଇଲ ଋଣ ଆକାରରେ ଆଣି ଦେଇଥିଲେ । ବକେୟା ଥିବା ଋଣ ଟଙ୍କା ୪ ହଜାର ମାଗିବାରୁ ଶିବାନନ୍ଦ ଗତକାଲି ରାତିରେ ଗ୍ରାମର କିଛି ଲୋକଙ୍କ ସହ ସୁନ୍ଦର ଘରକୁ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ସୁନ୍ଦରଙ୍କ କିଛି ସମ୍ପର୍କୀୟ ମହିଳା ଓ ପୁରୁଷଙ୍କ ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ବେଳେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ସୁନ୍ଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଜାତିଆଣ ଆକ୍ଷେପ କରି ନିର୍ଧୁମ ମାଡମାରି ହାତଭାଙ୍ଗି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛିା ମହିଳା ଓ ଗର୍ଭବତୀଙ୍କୁ ମଧ୍ୟ ନିର୍ଧୁମ ମାଡମାରି ଅସଦ ଆଚରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଡିତ ପରିବାର ଦାବୀ କରିଛନ୍ତି । ଏ ସମ୍ପର୍କରେ ମନମୁଣ୍ଡା ଥାନାଧିକାରୀ ଶ୍ରୀଯୁକ୍ତ ଅଶ୍ବିନୀ ଭିତିରିଆଙ୍କୁ ପଚାରିବାରୁ ଏହି ସ୍ପର୍ଶକାତର ଘଟଣାର ତଦନ୍ତ କରି ଉପଯୁକ୍ତ ପଦଷେପ ଗ୍ରହଣ  କରାଯିବ ବୋଲି କହିଛନ୍ତି ା

ସମ୍ବନ୍ଧିତ ଖବର