ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି : ମହିଳାଙ୍କ ଉପରେ ଅନ୍ୟାୟ ସହ୍ୟ କରାଯିବ ନାହିଁ, ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି ଆଇନଶୃଙ୍ଖଳା ପରିସ୍ଥିତି

ଭୁବନେଶ୍ବର: ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ।  ‘ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନ ହେଉ। ସମାଜରେ ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବ ନାହିଁ। ଏଥିପ୍ରତି ସରକାର ସର୍ବଦା ସଚେତନ ଅଛନ୍ତି। ଯେଉଁମାନେ ଦୋଷୀ ତାଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ସରକାର ସବୁବେଳେ ପ୍ରୟାସ ଚଳାଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Image result for naveen-patnaik
NDTV.com

ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୨୦୧୯ରେ ରେଡ୍‌ ଫ୍ଲାଗରେ ଗିରଫଦାରି ୪୧.୪୮%କୁ ବୃଦ୍ଧି ହୋଇଛି। ମୋ ସରକାରରେ ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବର ପଞ୍ଜିକୃତ କରାଯାଇଛି। ‘ମୋ ସରକାର’ ଶୁଭାରମ୍ଭ ପରଠାରୁ ମୁଁ ତିନି ଶହ ଅଭିଯୋଗକାରୀଙ୍କ ସହ କଥା ହୋଇଛି।’ ସବୁଠାରୁ ବଡ଼ କଥା ହେଲା , ୧୫ ଅଗଷ୍ଟ ୨୦୨୦ ସୁଦ୍ଧା ଅନଲାଇନରେ ସବୁ ସରକାରୀ ସେବା ମିଳିବ ବୋଲି ବୟାନ ରଖିଛନ୍ତି ନବୀନ ପଟ୍ଟନାୟକ। ଏହା ସହ ଆଗାମୀ ସମୟରେ ଶ୍ରମିକଙ୍କୁ ମଧ୍ୟ ବ୍ୟାଙ୍କ ଖାତା ଜରିଆରେ ଟଙ୍କା ମିଳିବ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର