ଧଳସାମନ୍ତ ସହଯୋଗୀଙ୍କ ହତ୍ୟା ଧମକ; ଥାନାରେ ମାମଲା

କଟକ : ଧଳସାମନ୍ତ ସହଯୋଗୀଙ୍କ ଘରେ ବିବାହ କରିଥିବା ଜଣେ ବ୍ୟକ୍ତିଙ୍କୁ ଏବେ ମିଳୁଛି ହତ୍ୟା ଧମକ। ଜୀବନ ଭୟରେ ସମ୍ପୃକ୍ତ ବ୍ୟକ୍ତି ଘର ଛାଡ଼ି ବାହାରେ ରହୁଛନ୍ତି। ଏ ନେଇ ସେ ଲାଲବାଗ ଥାନାରେ ଏତଲା ଦେଇ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଧଳସାମନ୍ତଙ୍କ ସହଯୋଗୀମାନେ ଅଭିଯୁକ୍ତ ହୋଇଥିବାରୁ ପୁଲିସ ଏହି ଘଟଣାକୁ ଗୁରୁତର ସହିତ ନେଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଦିଵାନ୍‌ବଜାରର ସେକ୍ ରାଜୀବଙ୍କର ୨୦୦୮ରେ କାଫଲାବଜାରର ଅଫସିନ୍ ଖାଁଙ୍କ ସହିତ ବିବାହ ହୋଇଥିଲା। ଅଫସିନ୍‌ଙ୍କ ପରିବାର ସଦସ୍ୟ ଧଳସାମନ୍ତଙ୍କ ସହଯୋଗୀ ହୋଇଥିବାରୁ ରାଜୀବଙ୍କୁ ଭୟଭୀତ କରି ରଖୁଥିଲେ। ଶ୍ବଶୁର ଘର ଲୋକେ ତାଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଧଳସାମନ୍ତ ଭାଇ ୨୦୧୬ରେ ଗିରଫ ହେବା ପରେ ଅଫସିନ୍‌ଙ୍କ ଭାଇ ବି ଗ୍ୟାଙ୍ଗଷ୍ଟର୍‌ ସହଯୋଗୀ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲା। ଏପଟେ ରାଜୀବଙ୍କ ପ୍ରତି ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ବଢ଼ିଚାଲିଥିଲା। ନିର୍ଯାତନାରେ ଅତିଷ୍ଠ ହୋଇ ରାଜୀବ ଏବେ ଘର ଛାଡ଼ି ବାହାରେ ରହୁଛନ୍ତି।

ସମ୍ବନ୍ଧିତ ଖବର