ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ପୌରାଧ୍ୟକ୍ଷାଙ୍କ ଦାବି

ନିର୍ମାଣାଧୀନ ଅଡ଼ିଟୋରିୟମ ତାଙ୍କ ନାମରେ ନାମିତ କରାଯାଉ

ବଲାଙ୍ଗୀର: ବଲାଙ୍ଗୀରର ସ୍ୱାଧୀନତା ସଂଗ୍ରାମୀ ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତିରକ୍ଷା ପାଇଁ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଏକ ଦାବିପତ୍ର ଦିଆଯାଇଛି। ବିଜାଖମନ୍‌ଠାରେ ପ୍ରତିଷ୍ଠା ହେବାକୁ ଥିବା ଅଡିଟୋରିୟମ୍‌କୁ ଧରମ୍‌ ସିଂ ମାନ୍‌ଧାତାଙ୍କ ନାମରେ ନାମିତ କରାଯିବା ସହ ବଲାଙ୍ଗୀର ସହରର ଭାଗୀରଥି ଛକରେ ତାଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବାକୁ ଏଥିରେ ଦାବି କରାଯାଇଛି। ଏଥିସହ ତାଙ୍କ ଜନ୍ମସ୍ଥାନରେ ତାଙ୍କର ବ୍ୟବହୃତ ସାମଗ୍ରୀର ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟୀକରଣ କରାଯିବା ସହ ଭୀମ ଡିଙ୍ଗୁରିରେ ମଧ୍ୟ ତାଙ୍କ ସ୍ମୃତି ରକ୍ଷା ସହ ସେହି ସ୍ଥାନର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆଜି ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ସରିତା ଦାସ, ଶମ୍ଭୁ ନାଗ, ମହେନ୍ଦ୍ର ବାଗ, କିଶୋର କୁମ୍ଭାର, ପିଙ୍କି କବାଟ, ଲଲାଟେନ୍ଦୁ ପଟ୍ଟନାୟକ, ନନ୍ଦିନୀ ପୋଢ଼, ସଂଯୁକ୍ତା ଦନ୍ତା, ସନ୍ତୋଷନୀ କୁଅଁର, ଶତ୍ରୁଘ୍ନ ବାଗ, ପ୍ରେମଲତା ନାୟକ, ପ୍ରତିମା ଛତ୍ରିଆଙ୍କ ସହିତ ବିଜେଡିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର