‘ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ର ୮ରେ

କଟକ : କଂଗ୍ରେସ ଶାସନର ଏକ ଉଲ୍ଲେଖନୀୟ ସମୟଖଣ୍ଡକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆସନ୍ତା ୮ତାରିଖରେ ଆୟୋଜିତ ହେବାକୁ ଯାଉଛି। ‘ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି: ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଏହି ଆଲୋଚନାର ଶୀର୍ଷକ ରଖାଯାଇଛି। ଆଲୋଚନାଟି ୮ ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ସମୟରେ ଭୁବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହେବ।

ଉକ୍ତ କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ‘ସମୟ’ର ଅଧ୍ୟକ୍ଷ ତଥା ପ୍ରାକ୍ତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ଖ୍ୟାତନାମା ସାମ୍ବାଦିକ ରବି ଦାସ ଓ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଆଲୋଚକ ଭାବେ ଯୋଗଦେ​ବାକୁ ସମ୍ମତି ପ୍ରଦାନ କରିଛନ୍ତି। ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆ​ୟୋଜକ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍‌ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର