ବାତ୍ୟା ମିଗଜୋମ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଗଜପତିରେ କାଲି ସ୍କୁଲ ଛୁଟି

ଭୁବନେଶ୍ବର: ବାତ୍ୟା ମିଗଜୋମ ସଂପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ମିଗଜୋମ ମଛଲିପଟନମ ରାଡ଼ାରରୁ ଆଜି ସକାଳ ୮ଟା ୩୦ରେ ମିଳିଥିବା ସୂଚନା ଅନୁଯାୟୀ ୬ଘଣ୍ଟାରେ ଭୀଷଣ ବାତ୍ୟା  ହେବ। ମିଗଜୋମ ଘଣ୍ଟା ପ୍ରତି ବେଗ ୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି। ଆଗାମୀ ୪ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୭ କିମି ପ୍ରତି ବେଗରେ ଉତ୍ତର ଆଡ଼କୁ ଗତି କରୁଛି। କାବାଲି ଠାରୁ ୨୦ କିମି ଦୂରରେ ରହିଛି ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯେଉଁ ରହୁଛି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ଉପକୂଳ ଅଞ୍ଚଳ ସମୁଦ୍ର ମଧ୍ୟରେ ଏହା ଅଗ୍ରସର ହେଉଛି। ଆଜି ପୂର୍ବାହ୍ନ ସୁଦ୍ଧା ମେଲୋର୍ ଓ ମଛଲିପଟଣମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଭୂଷଣ ବାତ୍ୟା ହେଇ ଅତିକ୍ରମ କରିବ ବାର୍ତୋଲା ପାଖାପାଖି ଅଞ୍ଚଳରେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୯୦ ରୁ ୧୦୦ ସର୍ବାଧିକ ୧୧୦ କିମି ପର୍ଯ୍ୟନ୍ତ ରହିବ। ଗତକାଲି ମାଲକାନଗିରି, କୋରାପୁଟ, ଗଜପତି ଆଦି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ ଆଦି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେଇଛି। ବର୍ଷା ପରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳର ଭାରି ବର୍ଷାର ଆକଳନ କରାଯାଉଛି।
ଏଣେ ବାତ୍ୟା ମିଗଜୋମ ପ୍ରଭାବରେ ଗଜପତି ଜିଲ୍ଲା ମୋହନାରେ ଝିପିଝିପି ବର୍ଷା ଲାଗି ରହିଛି। ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଙ୍ଗ ଦିଆଯାଇଛି। ଏହାକୁ ଆଖି ଆଗରେ ରଖି ଗଜପତିରେ ଆସନ୍ତାକାଲି ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଣେ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର