ରାଜ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ଜଗନ୍ନାଥ ରଥ

ଭୁବନେଶ୍ବର: ରାଜ୍ୟ ସୂଚନା ଆୟୁକ୍ତ ଭାବେ ଜଗନ୍ନା‌ଥ ରଥ ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନବନିଯୁକ୍ତ ସୂଚନା ଆୟୁକ୍ତ ଶ୍ରୀ ରଥକୁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ରାଜ୍ୟପାଳଙ୍କ ଅନୁମତିକ୍ରମେ ରାଜ୍ୟ ସୂଚନା ଆୟୁକ୍ତ ଶ୍ରୀ ରଥଙ୍କ ନିଯୁକ୍ତି ପାଠ କରିଥିଲେ। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ, ରାଜ୍ୟ ସୂଚନା ଆୟୁକ୍ତ ବାଳକୃଷ୍ଣ ମହାପାତ୍ର, ରାଜ୍ୟ ସୂଚନା ଆୟୁକ୍ତ ସୁଶାନ୍ତ କୁମାର ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର୍ ସିଂହ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର