ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା: ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ ଭାଷା ସହିତ ଭାଷା ଭିତ୍ତିକ  ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ, ଭୂମିଜ ଓ ହୋ’ ଭାଷାକୁ  ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଘୋଷଣା କରାଯାଇଛି । ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦକୁ ସଫଳ କରିବା ପାଇଁ ଆଜି ମାସା ଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବ ରେ ବାରିପଦା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ମାସା ଆର୍ମୀର ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ଜିଲ୍ଲା ସମ୍ପାଦକ ପଦ୍ମଲୋଚନ ମୁର୍ମୁ, ସାଉନା ମୁର୍ମୁ, ହରି ସିଂ, ଗଜେନ୍ଦ୍ର ମୋଢେଇ, ସୁରେଶ ହେମ୍ବ୍ରମ, ବାଗେ ହେମ୍ବ୍ରମ, ଲାଲୁ ପ୍ରସାଦ ମୁର୍ମୁ ପ୍ରମୁଖ ବୈଠକରେ ସାମିଲ ଥିଲେ। ଦୁଖର କଥା ହେଲା ସାନ୍ତାଳୀ ଭାଷା ହେଲା ସମ୍ବିଧାନ ସ୍ବୀକୃତିପ୍ରାପ୍ତ ଭାଷା। ଏହି ଭାଷାକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସରକାର ଦ୍ବିତୀୟ ରାଜ ଭାଷାର ମାନ୍ୟତା ଦେଇଥିବା ବେଳେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ଏହି ଭାଷାକୁ ଦ୍ବିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ କରି ନାହିଁ।
ଓଡିଶା ରାଜ୍ୟ ମୟୂରଭଞ୍ଜରୁ ସୃଷ୍ଟି ହୋଇଥିବା ଭାଷାକୁ ଏ ପର୍ଯ୍ୟନ୍ତ ଦ୍ବିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ ନ କରିବା ହେଉଛି ଦୁର୍ଭାଗ୍ୟ ଜନକ କଥା। ପୂର୍ବରୁ ବହୁବାର ଦାବି ସ୍ବତ୍ତେ ସରକାର ଏହି ଦାବି କୁ ଏ ପର୍ଯ୍ୟନ୍ତ ମାନି ନ ଥିବାରୁ ଦାବି ହାସଲ ନିମନ୍ତେ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। କାରଣ ଆଦିବାସୀ ମାନଙ୍କର ଭାଷାର ବିକାଶ ହେଲେ ଆଦିବାସୀ ମାନଙ୍କର ବିକାଶ ହୋଇପାରିବ। ଏହି ବନ୍ଦରେ ଜରୁରୀ ସେବାକୁ ବାଦ ଦେଇ  ସମସ୍ତ ଅଖ, ଚକ, ଦୋକାନ ବଜାର, ସ୍କୁଲ କଲେଜ, କୋଟ କଚେରି, ସମସ୍ତ ସରକାରୀ ଅଫିସ ଶାନ୍ତି ଶୃଙ୍ଖଳା ଭାବରେ ବନ୍ଦ କରାଯିବ। ଏହି ବନ୍ଦରେ ସମସ୍ତ ଆଦିବାସୀ ସଂଗଠନ ମାନଙ୍କୁ ସାମିଲ ହେବା ପାଇଁ ଆହ୍ୱାନ କରା ଯାଇଛି।
ସମ୍ବନ୍ଧିତ ଖବର