ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ  

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ସେହିଥାନା ଗରାହାଣ୍ଡି ଗାଁର ଅଭିଯୁକ୍ତ ସମିର ବାରିକ ପ୍ରେମସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିବା ଏବଂ ପରେ ଛାଡ଼ିଦେଇଥିବାକୁ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ମହିଳା ଥାନା ପୁଲିସ ଅଭିଯୁକ୍ତ ସମୀରଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ଏକ ବାହାଘର କାର୍ଯ୍ୟକ୍ରମରେ ଅଭିଯୁକ୍ତଙ୍କୁ ଦେଖିଥିଲେ। ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିଥିଲେ। ଏହା ପରେ ଉଭୟଙ୍କ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ଅଚାନକ ଦିନେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ତାଙ୍କ ଘରକୁ ନେଇକି ପଳାଇଥିଲେ। ଘରକୁ ନେବା ପରେ ନାବାଳିକାର ଇଛା ବିରୋଧରେ ବାରମ୍ବାର ଦୁର୍ଷ୍କମ କରିଥିଲେ। ଦିନେ ନାବାଳିକାଙ୍କୁ ଘରୁ ତଡ଼ି ଦେଇଥିଲେ। ତା ପରେ ନାବାଳିକା ଜଣକ ନିଜ ପରିବାର ନିକଟକୁ ଯାଇ ଏସଂପର୍କରେ କହିବା ସହ ବାପା ଓ ମା’ଙ୍କ ଘରେ ରହିଥିଲେ। ପରିବାରବର୍ଗଙ୍କ ସହ ନାବାଳିକା ଜଣକ ମହିଳା ଥାନା‌ରେ ଅଭିଯୋଗ କରିବା ପରେ ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ସମିରକୁ ଗିରଫ କରି କୋର୍ଟକୁ ଚାଳାଣ କରିଛନ୍ତି। ଅଭିଯୁକ୍ତର ଜାମିନ୍ ନାମଂଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ।

 

ସମ୍ବନ୍ଧିତ ଖବର