ନାମଫଳକର ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ ରାଜଶ୍ରୀ ମଲ୍ଲିକ !

କଟକ: ନିଆଳି କଣ୍ଟାପଡ଼ାରେ ଏକ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଲାଗିଥିବା ନାମ ଫଳକରେ ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ ରାଜଶ୍ରୀ ମଲ୍ଲିକ । ନିଆଳି କଣ୍ଟାପଡ଼ା ବ୍ଲକର ବ୍ରାହ୍ମଣବାଟି ପଂଚାୟତରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଛି।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିଲେ । ହେଲେ ଲୋକାର୍ପଣ ଉତ୍ସବରେ ନାମ ଫଳକରେ ନାଁ ତଳେ ରହିଯାଇଥିବାରୁ  ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ ଥିବା ଦେଖିବାକୁ ମିଳିଛି । ପାଖରେ ବସିଥିବା ବିଧାୟକ ପ୍ରମୋଦ ମଲ୍ଲିକ ମଧ୍ୟ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର