ଭିଏସ୍‌ଏସ୍‌ ଷ୍ଟାଡିୟମରେ ଓଡ଼ିଶା-ହିମାଚଳ ମୁକାବିଲା 

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ଷ୍ଟାଡିୟମ୍‌ରେ ଆଉ ଏକ ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ୨୫ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫିର ଓଡ଼ିଶା ଓ ହିମାଚଳ ପ୍ରଦେଶ ମ୍ୟାଚ୍‌ ଆସନ୍ତା ଜାନୁଆରି ୧୫ ତାରିଖରେ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଖେଳାଯିବ।

ସିକେ ନାଇଡୁ ଟ୍ରଫିରେ ଜାନୁଆରି ୧ ତାରିଖ ଦିନ ଓଡ଼ିଶା ଦଳ ବେଙ୍ଗାଲୁରୁରେ କର୍ଣ୍ଣାଟକ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚ୍‌ ବିଦର୍ଭ ବିପକ୍ଷରେ ନାଗପୁରରେ ଖେଳିବା ପରେ ସମ୍ବଲପୁରକୁ ଆସି ତୃତୀୟ ମ୍ୟାଚ୍‌ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳିବ। ନିକଟରେ ଓଡ଼ିଶା-ହରିୟାଣା ମଧ୍ୟରେ କୁଚ୍‌ ବେହାର୍‌ ଟ୍ରଫି ମୁକାବିଲା  ଖେଳା ଯାଇଥିଲା।

ସମ୍ବନ୍ଧିତ ଖବର