ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଓଡ଼ିଆ ଜନତାଙ୍କୁ ଭେଟି: ଝାଡ଼ଖଣ୍ଡର ସ୍କୁଲରେ ପୁଣି ପଢ଼ାହେବ ଓଡ଼ିଆ ଭାଷା 

ରାଇରଙ୍ଗପୁର: ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ଉପଲକ୍ଷେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଷଢେଇକଳା ନିର୍ବାଚନ ମଣ୍ଡଳୀର ବିଧାୟକ ଚମ୍ପାଇ ସୋରେନ ଓଡ଼ିଆ ଜନତାଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି। ଝାଡଖଣ୍ଡର ସ୍କୁଲରେ ପ୍ରାଥମିକ ସ୍ତରରୁ ପୁଣିଥରେ ଓଡ଼ିଆ ଭାଷାରେ ପାଠ ପଢା ଆରମ୍ଭ ହେବ। ଏନେଇ ମୂଖ୍ୟମନ୍ତ୍ରୀ ଯିଏ ନିଜେ ଷଢେଇକଳା ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀ ପଦ ତୁଲାଇଛନ୍ତି, ଏବେ ତାଙ୍କ ପ୍ରତିନିଧି ସାନନ୍ଦ ଆଚାର୍ଯ୍ୟ ଷଢେଇକଳାର ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଆ ସଂଗଠକ କାର୍ତ୍ତିକ କୁମାର ପରିଚ୍ଛା ଏବଂ ଅନ୍ୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ସୂଚନଯୋଗ୍ୟ ଯେ ଷଢେଇକଳା ଖରସୁଆଁ ଏକ ଓଡ଼ିଆ ଗଡଜାତ ଓ ଓଡ଼ିଶାର ଏକ ରାଜସ୍ୱ ଜିଲ୍ଲା ଭାବେ ପୂର୍ବରୁ ରହିଛି। ଏହାର ପ୍ରଥମ ବିଧାୟକ ସ୍ବର୍ଗତ ମିହିର କବି। ୧୯୫୨ରେ ଥିଲା ବେଳେ ୨ୟ ହେଲେ ଯିଏ ନିଜ ରାଜ୍ୟ ଦେଇଥିଲେ ସ୍ବାଧୀନ ଭାରତରେ ମହାରାଜା ଆଦିତ୍ୟ ପ୍ରତାପ ସିଂହଦେଓ ୧୯୫୭। ସେହିପରି ତାଙ୍କର ପୁତ୍ର ୩ୟ ହେଲେ ସ୍ବର୍ଗତ ନୃପେନ୍ଦ୍ର ନାରାୟଣ ସିଂହଦେଓ ୧୯୬୭। ୪ର୍ଥ ହେଲେ ସ୍ବର୍ଗତ ସତଭାନୁ ସିଂହଦେଓ ୧୯୭୨। ଏହା ବ୍ୟତୀତ ୧୯୬୮ରେ ଚକ୍ରଧରପୁର ରୁଦ୍ର ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଷଢୈଇକଳାରୁ ଓଡ଼ିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଷଢେଇକଳା ସିଟ୍ ଆରକ୍ଷିତ ହେବା ପରେ ୧୯୭୭ ପର ଠାରୁ  ଦୁଇଥର କାଦେ ମାଝି ଓଡ଼ିଆଙ୍କ ପ୍ରିୟ ବିଧାୟକ ହେଇ ବିହାର ସରକାରଙ୍କ ମନ୍ତ୍ରୀ ଥିଲେ ଓ ଓଡିଆ ଶିକ୍ଷକ ନିଯୁକ୍ତି ଆଦି କାର୍ଯ୍ୟକୁ ବିଶେଷ ଭାବେ ଦେଖୁଥିଲେ। ହେଲେ ତତ୍କାଳୀନ ବିହାର ସରକାର ଓଡ଼ିଆକୁ ସେପରି ଗୁରୁତ୍ତ ଦେଉ ନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଆ ଲୋପ ପାଇ ସାରିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଛିନ୍ନାଞ୍ଚଳ ଷଢୈଇକଳା, ଖରସୁଆଁ ତଥା ସିଂହଭୂମିର  ବିଛିନ୍ନାଞ୍ଚଳ ବିକାଶ ପରିଷଦ ଓ  ମଧୁବାବୁ ଆଦର୍ଶ ମଞ୍ଚ  ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଏନେଇ ବରିଷ୍ଠ ସାମ୍ବାଦିକ ତଥା ଓଡିଆ ଭାଷା ସଂସ୍କୃତି ସଂରକ୍ଷକ କାର୍ତ୍ତିକ କୁମାର ପରିଚ୍ଛା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ କିଛିଦିନ ତଳେ ଷଢୈଇକଳା ଗସ୍ତରେ ଆସି ଷଢେଇକଳା ଟାଉନ ହଲକୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାଁରେ ନାମିତ କରାଇ ନିଜେ ଉଦଘାଟନ କରିଥିଲେ, ଯାହାକୁ ନେଇ ବିଛିନାଚଳରେ ବସ ବାସ କରୁଥିବା ଓଡିଆ ଭାଷାଭାଷୀ ମାନଙ୍କ ମଧ୍ୟରେ ଖୁସିରେ ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର